ରାଉରକେଲା : ବେଆଇନ୍ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ।। ଇଟା ଭାଟି କୁ ବେଆଇନ ଭାବେ ବିଦ୍ୟୁତ୍ ସଂଯୋଗ ହୋଇଥିଲା। ବନ ବିଭାଗର ତଦନ୍ତ ଜାରି।
ରାଉରକେଲା : ୧୦/୯(ସତ୍ୟାନ୍ୟୂଜ) ବେଆଇନ୍ ବିଦ୍ୟୁତ୍ ତାର ନେଲା ହାତୀ ଜୀବନ। ଏପରି ଘଟଣା ଘଟିଛି ରାଉରକେଲା ନିକଟ ଲାଠିକଟା ପଞ୍ଚାୟତରେ। ସୋମବାର ରାତିରେ ଏକ ହାତୀ ପଲ୍ଲ ନୂଆଗାଁ ନିକଟ କ୍ଷେତ କୁ ଖାଦ୍ୟ ଅନ୍ୱେଷଣ ରେ ଆସିଥିଲେ। କ୍ଷେତ ଉପର ଦେଇ ଏକ ଇଟା ଭାଟି କୁ ବେଆଇନ ଭାବେ ଯାଇଥିବା ୧୧
କେ ଭି ବିଦ୍ୟୁତ୍ ଲାଇନ୍ ସଂସ୍ପର୍ଶ ରେ ଆସି ଏକ ହାତୀ ସେଠାରେ ମୃତ୍ୟୁ ବରଣ କରିଥିଲା। ଏବେ ଅନ୍ୟ ହାତୀ ମାନେ ସେଠାରୁ ପଳାଇ ନିକଟ ଜଙ୍ଗଲରେ ରହିଛନ୍ତି। ହାତୀ ମୃତ୍ୟୁ ଖବର ପାଇ ରାଉରକେଲା ଡି ଏଫ୍ ଓ ଯଶବନ୍ତ ସେଠୀଙ୍କ ସମେତ ବରିଷ୍ଠ ବନ ଅଧିକାରୀ ମାନେ ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ କରୁଛନ୍ତି। କେଉଁ ପରିପ୍ରେକ୍ଷୀରେ ଇଟା ଭାଟି କୁ ୧୧ କେଭି ବିଦ୍ୟୁତ୍ ସଂଯୋଗ ହୋଇଥିଲା ତାର ତଦନ୍ତ ଚାଲିଛି। ହାତୀ ମୃତ୍ୟୁ ଘଟଣାର ଅଧିକ ତଦନ୍ତ ପାଇଁ ଭୁବନେଶ୍ବର ରୁ ଏକ ଟିମ୍ ଆସି ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ରାଉରକେଲା ରୁ ପ୍ରାଣୀ ଧନ ବିଭାଗ ଅଧିକାରୀ ମାନେ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଛନ୍ତି।