ସୁନ୍ଦରଗଡ଼ : ମାଟି କାଦୁଅ ପଚ୍ ପଚ୍ ରାସ୍ତାରେ ଯାଇ ପାରିଲା ନାହିଁ ଆମ୍ବୁଲାନ୍ସ।। ବାଇକରେ ୧ କିଲୋମିଟର ବୁହା ହେଲେ ରୋଗୀ।

0 332

ସୁନ୍ଦରଗଡ଼ : ୧୦/୯(ସତ୍ୟାନ୍ୟୂଜ୍) ରାସ୍ତାର ଦୂରାବସ୍ଥା ଯୋଗୁଁ ଗାଁ ରେ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ। ଶେଷରେ ବାଇକ ରେ ବସାଇ ରୋଗୀଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ୧ କିଲୋମିଟର ଆଣିବାକୁ ପଡ଼ିଲା।
ସୁନ୍ଦରଗଡ଼ ସଦର ମହକୁମା ଠାରୁ ମାତ୍ର ୨ କିଲୋମିଟର ଦୂରରେ ଗାଁ କୁ ଯାଇଥିବା ରାସ୍ତାର ଏପରି ଅବସ୍ଥା। ଦୂରାବସ୍ଥା ଏପରି ଯେ ଆମ୍ବୁଲାନ୍ସ କାଦୁଅ ରାସ୍ତାରେ ଆଗକୁ ଯାଇ ପରିଲା ନାହିଁ। ଶେଷ ରେ ବାଇକରେ ବୁହା ହୋଇ ଆମ୍ବୁଲାନ୍ସ ଯାଏ ଆସିଲା ପରେ ତାଙ୍କୁ ମେଡିକାଲ ଅଣା ଯାଇପାରିଲା ।
ଘଟଣା ଅନୁସାରେ ସଦର ଥାନା ସୁବୁଲିଆ ର ସୁଧିର ଖଣ୍ଡା କୌଣସି କାରଣରୁ ଘାସ ମରା ଔଷଧ ପିଇ ଦେଇଥିଲେ । ତାକୁ ମେଡିକାଲ ନେବା ପାଇଁ ୧୦୮ ଆମ୍ବୁଲାନ୍ସ କୁ ଫୋନ କରି ଡକା ହେଲା । ଆମ୍ବୁଲାନ୍ସ ମଧ୍ୟ ଠିକ ସମୟରେ ପହଞ୍ଚିଲା ହେଲେ ଗାଁ କୁ ଯାଇପାରିଲା । ମାଟି କାଦୁଅ ପଚ୍ ପଚ୍ ରାସ୍ତା ରେ ଆମ୍ବୁଲାନ୍ସ ପାଖାପାଖି ୧ କିଲୋମିଟର ପୂର୍ବରୁ ଛିଡା ହୋଇ ରହିଲା ଏବଂ ରୋଗୀ କୁ ବାଇକ ରେ ବସାଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଅଣା ହେଲା । ବର୍ତ୍ତମାନ ରୋଗୀ ସୁସ୍ଥ ଥିବା ଜଣା ପଡିଛି ତେବେ ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୨ କିଲୋମିଟର୍ ଦୂରରେ ଏ ଅବସ୍ଥା । ତାହେଲେ ଉପାନ୍ତ ଅଞ୍ଚଳର ଅବସ୍ଥା ଅନୁମେୟ ।

Leave A Reply

Your email address will not be published.