ସୁନ୍ଦରଗଡ଼ : ଯୁବକଙ୍କୁ ତଣ୍ଟି କାଟି ହତ୍ୟା।। ପୂର୍ବ ଶତ୍ରୁତାରୁ ହତ୍ୟା ସନ୍ଦେହ।। ପୋଲିସ ତଦନ୍ତ ଜାରି।

0 587

ସୁନ୍ଦରଗଡ଼ : ୮/୯(ସତ୍ୟାନ୍ୟୂଜ୍) ସୁନ୍ଦରଗଡ଼ ଜିଲ୍ଲା ଧରୁଆଡିହି ଥାନା ଅନ୍ତର୍ଗତ ବାବୁପଡ଼ା ପଡିଆରେ ଆଜି ସକାଳେ ଜଣେ ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର କରା ଯାଇଛି। ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। କୌଣସି ଏକ ଧାରୁଆ ଅସ୍ତ୍ରରେ ତଣ୍ଟି କାଟି ତାଙ୍କୁ ହତ୍ୟା କରାଯାଇଛି। ମୃତ ଯୁବକ ଜଣକ ହେଉଛନ୍ତି ଲେଢ଼ିମଙ୍ଗ
ଗାଁ ର ଭୀମସେନ କମାର । ତେବେ କିଏ କାହିଁକି ତାଙ୍କୁ ହତ୍ୟା କରିଛି ତାହା ଜଣାପଡି ନାହିଁ। ପୋଲିସ ସାଇଣ୍ଟଫିକ୍ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.