ରାଉରକେଲା : ହନୁମାନ ବାଟିକା ମା ସମଲେଶ୍ଵରୀ ମନ୍ଦିରରେ ନୂଆଁଖାଇ ରେ ପୂଜାର୍ଚ୍ଚନା।। ନବାନ୍ନ ଲାଗି ପରେ ସମସ୍ତେ ଏକାଠି ବସି ଖାଦ୍ୟ ନେଇଛନ୍ତି।

0 376

ରାଉରକେଲା : ୮/୯(ସତ୍ୟାନ୍ୟୂଜ୍) ଆଜି ନୂଆଁଖାଇ। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ଗାଁ ଠାରୁ ସହର। ରାଉରକେଲା ସହର ମଧ୍ୟ ନବାନ୍ନ ଲାଗି ଉତ୍ସଵ ମୁଖର। ଅଧିଷ୍ଠାତ୍ରୀ ଦେବୀଙ୍କ ପାଖରେ ନୂଆଁ ଖାଦ୍ୟ ଲଗାଇବା ପରେ, ପରିବାର ସହ ଏକାଠି ବସିବେ ସମସ୍ତେ। ରାଉରକେଲା ହନୁମାନ ବାଟିକା ସ୍ଥିତ ମା ସମଲେଶ୍ଵରୀ ମନ୍ଦିରରେ ନୂଆଁଖାଇ ନବାନ୍ନ କାର୍ଯ୍ୟକ୍ରମ ଲଗ୍ନ ଅନୁସାରେ ସମ୍ପନ୍ନ ହୋଇଛି। ସମଲେଶ୍ଵରୀ ମନ୍ଦିର ର ଉଦ୍ୟୋକ୍ତା ପଦ୍ମିନୀ ପାଣିଗ୍ରାହୀ ଏବଂ ପ୍ରକାଶ ପାଣିଗ୍ରାହୀ ଉପସ୍ଥିତ ରହି ଶ୍ରଦ୍ଧାଳୁଙ୍କ ସହ ଆଳତି ସହ ପୂଜାର୍ଚ୍ଚନା କରିଥିଲେ।

ଆଜି ନୂଆଁ ଅନ୍ନ ସହ ଭଳି ଭଳିକା ଖାଦ୍ୟ ଖାଇବେ ସମସ୍ତେ। ସମ୍ବଲପୁରରେ ମାଆ ସମଲେଶ୍ୱରୀଙ୍କ ପାଖରେ ଓ ବଲାଙ୍ଗିରର ମା’ ପାଟଣେଶ୍ୱରୀଙ୍କ ପାଖରେ ନୂଆ ଖାଦ୍ୟ ଲାଗି କରା ଯାଇଛି। ସମ୍ବଲପୁରରେ ମା’ ସମଲେଇଙ୍କଠାରେ ଆଜି ପୂର୍ବାହ୍ନ ୯ଟା ୧୨ରୁ ୯ଟା ୨୭ ମିନିଟ ମଧ୍ୟରେ ନବାନ୍ନ ଲାଗିଛି ଏହି ସମୟରେ ଲୋକେ ନିଜ ନିଜର ଇଷ୍ଟ ଦେବାଦେବୀଙ୍କ ପାଖରେ ନବାନ୍ନ ଭୋଗ ଲାଗି କରିବା ପରେ ନବାନ୍ନ ଭକ୍ଷଣ କରିଛନ୍ତି।
ନୂଆଁଖାଇ ପାଳନପାଇଁ ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ଲୋକେ ନିଜ ନିଜ ଘରକୁ ଯାଇଛନ୍ତି। ସହରରେ ଥିବା ଲୋକେ ଗାଁକୁ ଓ ରାଜ୍ୟ ବାହାରେ ରହୁଥିବା ଲୋକେ ଘରକୁ ଫେରିଛନ୍ତି।

ନିଜ ନିଜ ଘରେ ନିଜ ଇଷ୍ଟ ଦେବାଦେବୀଙ୍କୁ ପୂଜା କରିବା ପରେ ଘରେ ଘରେ ଲୋକେ ନୂଆ ଖାଇଛନ୍ତି। ନୂଆ ଖାଇ ସାରିବା ପରେ ସାନ ମାନେ ବଡ଼ମାନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଉଛନ୍ତି। ବଡ଼ମାନେ ସାନ ମାନଙ୍କୁ ଆଶିର୍ବାଦ କରୁଛନ୍ତି।

କୃଷି ସଂସ୍କୃତି ଓ ଅନନ୍ୟ ପରମ୍ପରାର ପର୍ବ ହେଉଛି ନୂଆଁଖାଇ। ପ୍ରକୃତି ମାତାଙ୍କୁ ପ୍ରଥମ ଶସ୍ୟ ଅର୍ପଣର ପର୍ବ ହେଉଛି ନୂଆଁଖାଇ । ନିଜ ଗାଁ ମାଟି ମହକରେ ପରିବାରର ସଦସ୍ୟ, ସାଙ୍ଗସାଥୀ ମେଳରେ ପାଳିତ ଏହି ପର୍ବର ମଧୂରତା ନିଆରା । ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲା, ସଦର ମହକୁମା, ପଲ୍ଲୀଠୁ ଗାଁ ସବୁଠି ପାଳିତ ହେଉଛି ଏହି ପର୍ବ ।

ପରମ୍ପରା ଅନୁଯାୟୀ ପ୍ରତ୍ୟେକ ବର୍ଷ ଜନ୍ମାଷ୍ଟମୀ ପର ଦିନ ଅର୍ଥାତ୍ ନନ୍ଦୋତ୍ସବରେ ସମ୍ବଲପୁରରେ ନୂଆଖାଇ ଲଗ୍ନ ନିର୍ଦ୍ଧାରଣ କରାଯାଇଥାଏ। ବ୍ରହ୍ମପୁରା ମନ୍ଦିରରେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଆୟୋଜିତ ବୈଠକରେ ପଣ୍ଡିତମାନେ ପଞ୍ଜିକା ଦେଖି ମା’ ସମଲେଇଙ୍କ ରାଶି ଓ ନକ୍ଷତ୍ର ଅନୁସାରେ ଲଗ୍ନ ନିର୍ଣ୍ଣୟ କରିଥାନ୍ତି।
ରାଜ୍ୟ ସରକାର ଆସନ୍ତାକାଲି ସୋମବାର କୁ ନୂଆଁଖାଇ ପରିପ୍ରେକ୍ଷୀରେ ଛୁଟି ଘୋଷଣା କରିଛନ୍ତି।

Leave A Reply

Your email address will not be published.