ଜନସଚେତନତା ପାଇଁ ସୁଭଦ୍ରା ରଥ ଗଡିଲା
ରାଉରକେଲା : ୭/୯(ସତ୍ୟାନ୍ୟୂଜ୍): ‘ସୁଭଦ୍ରା’ ଯୋଜନା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଆରଏମସି କାର୍ଯ୍ୟାଳୟ ପରିସରରୁ ଦୁଇଟି ‘ସୁଭଦ୍ରା’ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ରାଉରକେଲା ମହାନଗର ନିଗମ କମିଶନର ଆଶୁତୋଷ କୁଲକର୍ଣ୍ଣି ସବୁଜ ପତାକା ଦେଖାଇ ଏହାକୁ ଶୁଭାରମ୍ଭ କରିଥିବା ବେଳେ ଏହିି ଦୁଇଟି ରଥ ରାଉରକେଲାର ସମସ୍ତ ୱାର୍ଡ ଏବଂ ୧ନଂମ୍ବର ସେକ୍ଟରରୁ ୨୦ ନମ୍ବର ସେକ୍ଟର ପରିକ୍ରମା କରିବ। ଏହି ସଚେତନତା କାର୍ଯ୍ୟକ୍ରମ ସେପ୍ଟେମ୍ବର ୧୬ ପର୍ଯ୍ୟନ୍ତ ଚାଲିବ l
ଏହି ଅବସରରେ ରାଉରକେଲା ମହାନଗର ନିଗମର ଯୁଗ୍ମ ଆୟୁକ୍ତ ଶ୍ରୀମତୀ ପଲ୍ଲବୀ ନାୟକ, ଉପ ପୌରାୟୁକ୍ତ ତରୁଣ କାନ୍ତ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ସୀମା ଫlତିମା ଏକ୍କାଙ୍କ ସହ ରାଉରକେଲା ସହରାଞ୍ଚଳ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପର ସିଡିପିଓ ଶ୍ରୀମତୀ ଦର୍ଶନୀ ଏକ୍କା, ରାଉରକେଲା ଶିଳ୍ପାଞ୍ଚଳ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପର ସିଡିପିଓ ଶ୍ରୀମତୀ ସୁକେଶିନୀ କେର୍କେଟା ପ୍ରମୁଖ ସହିତ ଆଙ୍ଗନବାଡି କର୍ମୀମାନେ ଉପସ୍ଥିତ ଥିଲେ।