ସୁନ୍ଦରଗଡ଼ ଜିଲ୍ଲା ରେ ଗଡ଼ିଲା ସୁଭଦ୍ରା ଯୋଜନା ସଚେତନତା ରଥ
ସୁନ୍ଦରଗଡ଼ : ୭/୯ (ସତ୍ୟାନ୍ୟୂଜ୍) ଯୁଗାନ୍ତକାରୀ ଏବଂ ଅଭିନବ ଯୋଜନା “ସୁଭଦ୍ରା” ଉପରେ ବ୍ୟାପକ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ସଚେତନତା ରଥ ର ଶୁଭାରମ୍ଭ ହୋଇଛି।
ଏହି କ୍ରମ ରେ ଆଜି ଜିଲ୍ଲା କାର୍ଯ୍ୟାଳୟ ଠାରେ ସାଂସଦ , ସୁନ୍ଦରଗଡ଼ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁନ୍ତୀ ପ୍ରଧାନ, ସୁନ୍ଦରଗଡ଼ ପୌର ପରିଷଦ ଅଧ୍ୟକ୍ଷା ତନୟା ମିଶ୍ର, ଜିଲ୍ଲାପାଳ ମନୋଜ ମହାଜନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସବୁଜ ପତାକା ଦେଖାଇ ଏହି ସଚେତନତା ରଥ ର ଶୁଭାରମ୍ଭ କରିଥିଲେ। ଏହି ଅବସର ରେ ପୂର୍ବତନ ବିଧାୟିକା କୁସୁମ ଟେଟେ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦୁଃଖବନ୍ଧୁ ନାୟକ, ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ସଦର ଉପଜିଲ୍ଲାପାଳ ଦାଶରଥି ସରାବୁ, ଜିଲ୍ଲା ମଙ୍ଗଳ ଅଧିକାରୀ ପବିତ୍ର ମୋହନ ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କ୍ରୀଷ୍ଣା କୁମାରୀ ନନ୍ଦ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ସଦର ଗୋଷ୍ଠି ଉନ୍ନୟନ ଅଧିକାରୀ ମୋତିଲାଲ ସୁଲିଆ, ନିର୍ବାହୀ ଅଧିକାରୀ ବିକାଶ ମୁଣ୍ଡାରୀ, ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ , ସ୍ଵୟଂ ସହାୟକ ଗୋଷ୍ଠୀ ର ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ।
ସେହିଭଳି ସମସ୍ତ ବ୍ଲକ,
ପୌର ପାଳିକା, ରାଉରକେଲା ମହାନଗର ନିଗମ ମିଶେଇ ସମୁଦାୟ ୧୧ ଗୋଟି ରଥର ଆଜି ଶୁଭାରମ୍ଭ ହୋଇଯାଇଅଛି। ଏହି ରଥ ଗୁଡ଼ିକ ପ୍ରତ୍ୟେକ ଗ୍ରାମ ଏବଂ ୱାର୍ଡ ମାନଙ୍କରେ ବୁଲି ହିତାଧିକାରୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ। ଏହି ରଥ ଆଜି ଠୁ ଆରମ୍ଭ ହୋଇ ସେପ୍ଟେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ରେ ବୁଲିବାର ଯୋଜନା ରହିଛି।