ରାଉରକେଲା : ସରକାରୀ ହସ୍ପିଟାଲ ଆଉଟ୍ ଡୋର ନିକଟ ପ୍ରାଙ୍ଗଣରୁ ଅଜଣା ମହିଳାଙ୍କ ଶବ ଉଦ୍ଧାର।। ହସ୍ପିଟାଲ୍ ପ୍ରାଙ୍ଗଣ ରେ କିପରି ପଡ଼ି ରହିଲା ଶବ!

0 460

ରାଉରକେଲା : ୭/୯(ସତ୍ୟାନ୍ୟୂଜ୍) ରାଉରକେଲା ସରକାରୀ ହସ୍ପିଟାଲ୍ ଆଉଟ୍ ଡୋର ନିକଟ ପ୍ରାଙ୍ଗଣରେ ଆଜି ସକାଳେ ଜଣେ ୫୦ ବର୍ଷୀୟା ମହିଳାଙ୍କ ମୃତ ଦେହ ପଡିଥିବାର ଦେଖିବାକୁ ମିଳି ଥିଲା। ଅନେକ ସମୟ ମହିଳାଙ୍କ ଶବ ସେଠାରେ ପଡ଼ି ରହିବା ପରେ ହସ୍ପିଟାଲ୍ କର୍ତ୍ତୃପକ୍ଷ ସୂଚନା ପାଇ ଉକ୍ତ ମହିଳାଙ୍କ ଶବ କୁ ନେଇ ମୋର୍ଗ ହାଉସ ରେ ରଖିଛନ୍ତି। ଏ ବାବଦରେ ରଘୁନାଥ ପାଲ୍ଲୀ ଥାନାରେ ମଧ୍ୟ ହସ୍ପିଟାଲ୍ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଉକ୍ତ ମହିଳାଙ୍କ ଶବ ସେଠାରେ କିପରି ପଡ଼ି ରହିଲା ତାକୁ ନେଇ ବିଭିନ୍ନ ମହଲରେ ବିଭିନ୍ନ ଚର୍ଚ୍ଚା ହେଉଛି। ସେ ଯାହା ହେଉନା କାହିଁକି ଏହି ଅମାନବୀୟ ତଥା ସମ୍ବେଦନ ହୀନ କାର୍ଯ୍ୟ ପାଇଁ ଯିଏ ଦାୟୀ ତାଙ୍କ ପ୍ରତି କାର୍ଯ୍ୟନୁଷ୍ଠାନ ନିଆଯିବା ନିହାତି ଆବଶ୍ୟକ। ଉକ୍ତ ଅଜଣା ମହିଳାଙ୍କ ଶବକୁ କେହି ଦାବି କରି ନାହାନ୍ତି।
ରାଉରକେଲା ମଧୁସୂଦନ ପାଲି ୧୦ ନମ୍ବର ୱାର୍ଡରେ ରହୁଥିବା ଜଣେ ମହିଳାଙ୍କ ଶବ ହୋଇଥିବା ସନ୍ଦେହ କରାଯାଉଛି। ସେ ପ୍ରାୟ ବେମାର ରହୁଥିବାରୁ ତାଙ୍କ ଭାଇ ପ ତାଙ୍କୁ ଆଣି ଆର ଜି ଏଚ ରେ ଚିକିତ୍ସା କରିଥାନ୍ତି। ତେବେ ବେଳେ ବେଳେ ତାଙ୍କୁ ଆଣି ବାହାରେ ଛାଡ଼ି ଦେଇ ପଳାନ୍ତି। ହସ୍ପିଟାଲ୍ କର୍ତ୍ତୃପକ୍ଷ ତାଙ୍କର ଚିକିତ୍ସା କରାଇ ଥାଆନ୍ତି। ତେବେ ଆଜି ମହିଳାଙ୍କ ଶବ ସେଠାକୁ କିପରି ଆସିଲା ତାକୁ ନେଇ ତନା ଘନା ଚାଲିଛି। ତାଙ୍କ ଭାଇ ଯାହାଙ୍କୁ ନନା ଭାବେ ସମସ୍ତେ ଜାଣନ୍ତି ତାଙ୍କ ଭଉଣୀ ଙ୍କୁ ଅବହେଳା କରୁଥିଲେ ଏଵଂ ସେ ଆଣି ଏଠାରେ ପକାଇ ଦେଇ ଥାଇ ପାରନ୍ତି ବୋଲି ହସ୍ପିଟାଲ୍ କର୍ତ୍ତୃପକ୍ଷ କହୁଛନ୍ତି। ତେବେ ସିସିଟିଭି ଯାଞ୍ଚ ପରେ ମହିଳାଙ୍କ ଶବ କିପରି ସରକାରୀ ହସ୍ପିଟାଲ୍ ଅଗଣାରେ ପଡ଼ି ରହିଲା ତାହା ଜଣା ପଡ଼ିବ ବୋଲି ଆଶା କରାଯାଉଛି। ଏ ବାବଦରେ ପୋଲିସ ମଧ୍ୟ ଅନୁସନ୍ଧାନ କରୁଛି।

Leave A Reply

Your email address will not be published.