ରାଉରକେଲା : ଅନ୍ତରଜ୍ୟ ବାଇକ୍ ରକେଟ୍ ର ପର୍ଦ୍ଦାଫାସ।। ୭ ବାଇକ୍ ଲିଫ୍ଟର ଗିରଫ , ୩୦ ଚୋରି ବାଇକ୍ ଜବତ।

0 334

ରାଉରକେଲା : ୬/୯(ସତ୍ୟା ନ୍ୟୁଜ) ସୁନ୍ଦରଗଡ ଜିଲ୍ଲା କୋଇଡା ଏବଂ କେ. ବଳଙ୍ଗ ଥାନା ପୋଲିସ କୁ ମିଳିଛି ବଡ ସଫଳତା। ଉଭୟ ଥାନା କ୍ଷେତ୍ର ରୁ ୩୦ଟି ଚୋରା ବାଇକ୍ ରିକୋଭରି କରିବା ସହ ୭ ଜଣ ଚୋରଙ୍କୁ ଗିରଫ କରିଛି ପୋଲିସ । କେ ବଳଙ୍ଗ ଥାନା ଅଞ୍ଚଳରୁ ୨୧ ଟି ବାଇକ ଜବତ କରିଥିବା ବେଳେ କୋଇଡା ଥାନା ଅଞ୍ଚଳରୁ ୯ଟି ବାଇକ୍ ଜବତ ହୋଇଛି । ୪ ଜଣ ବାଇକ୍ ମାଲିକ କାଗଜ ପତ୍ର ଦେଖାଇ ଆଜି ନିଜ ବାଇକ୍ ଫେରି ପାଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ଏସପି ବ୍ରିଜେଶ ରାୟ ଏହି ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ ଏହି ଅଞ୍ଚଳରୁ ନିୟମିତ ଭାବେ ବିଭିନ୍ନ ସମୟରେ ବାଇକ ଚୋରି ହୋଇଥାଏ। ପ୍ରତ୍ୟେକ ବଜାର ଦିନରେ ଗୋଟିଏ , ଦୁଇଟି ବାଇକ ଚୋରି ହୋଇ ଆସୁଥିଲା । ଏହାକୁ ଆଖି ଆଗରେ ରଖି ପୋଲିସ ଚୋର ମାନଙ୍କ ଗତି ବିଧି ଉପରେ ନଜର ରଖି ୭ ଯାନ ଚୋରଙ୍କୁ ଧରିବାରେ ସଫଳ ହେବା ସହ ୩୦ ଟି ବାଇକ୍ ଜବତ୍ କରିଛି । ଚୋର ମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗର ଜଣେ ହୋଇ ଥିବା ବେଳେ ଅନ୍ୟମାନେ କେନ୍ଦୁଝର ଜିଲ୍ଲାର ଯୋଡା ଓ ବଡ଼ବିଲ ଅଞ୍ଚଳର ବୋଲି ଜଣା ପଡିଛି।
ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନା ରେ ମାମଲା ରହିବା ସହ ଝାଡ଼ଖଣ୍ଡ ରେ ମଧ୍ୟ ମାମଲା ରହିଥିବା ଜଣାପଡିଛି । ଆଜି ୪ଜଣ ବାଇକ୍ ମାଲିକ ଆସି କାଗଜ ପତ୍ର ଦେଖାଇ ବାଇକ୍ ନେଇ ଯାଇଛନ୍ତି। ଡିଆଇଜି ବ୍ରିଜଶ କୁମାର ରାୟ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଥିବା ବେଳେ , ଅତିରିକ୍ତ ଏସ୍ ପି ପ୍ରଭା ଶଙ୍କର ନାୟକ, ସୁରଜ୍ ଦେବତା ଓ ସମସ୍ତ ଥାନା ଅଧିକାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.