ରାଇରଙ୍ଗପୁର : ରାଇରଙ୍ଗପୁର କଲେଜ ରେ ଗୁରୁଦିବସ ପାଳିତ।

0 276

ରାଇରଙ୍ଗପୁର କଲେଜ ରେ ଗୁରୁ ଦିବସ ପାଳିତ
ରାଇରଙ୍ଗପୁର : ୫/୯(ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ରାଇରଙ୍ଗପୁର କଲେଜର ଓଡିଆ ବିଭାଗ ତରଫରୁ ଗୁରୁଦିବସ ମହାସମାରୋହରେ ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟଅତିଥି ଭାବେ ଅଧ୍ୟକ୍ଷ ତ୍ରିଲୋଚନ ଚକ୍ର ଯୋଗ ଦେଇଥିବା ବେଳେ ଓଡିଆ ବିଭାଗ ର ମୁଖ୍ୟ ଡକ୍ଟର ମିଲନ କୁମାର ମହାନ୍ତ ସଭାପତିତ୍ବ କରିଥିଲେ l ସର୍ବପ୍ରଥମେ ମୁଖ୍ୟ ଅତିଥି ଏବଂ ସମସ୍ତ ଅଧ୍ୟାପକ , ଅଧ୍ୟାପିକା ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ନନ୍ ଙ୍କ ଫଟୋ ଚିତ୍ରରେ ଧୂପ, ଚନ୍ଦନ ଓ ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେl ଏହି ଗୁରୁ ଦିବସ ର କାର୍ଯ୍ୟକ୍ରମରେ ବର୍ତ୍ତମାନ ପରିପ୍ରେକ୍ଷୀରେ ଜାତୀୟ ଶିକ୍ଷାନୀତି ଦୁଇହଜାର କୋଡିଏର ନିୟମାବଳୀ, ପ୍ରାଚୀନ ଗୁରୁ ପରମ୍ପରାର ଦିଗଦର୍ଶନ, ପୁରାଣ ଓ ଇତିହାସରେ ମହାନ ଗୁରୁମାନଙ୍କର ଆଦର୍ଶବାଦ ଓ ସାମ୍ପ୍ରତିକ ସମାଜରେ ଗୁରୁ ଓ ଶିଷ୍ୟ ମାନଙ୍କର ମଧୁର ସଂପର୍କରେ ଅବକ୍ଷୟ ଦେଖାଯାଉଥିବା ଉପରେ ଆଲୋଚିତ ହୋଇଥିଲା l ଏହାପରେ ସମସ୍ତ ଛାତ୍ରଛାତ୍ରୀ ଗୁରୁଙ୍କ ଉଦ୍ଦେଶ୍ୟରେ ଉପହାର ପ୍ରଦାନ କରିଥିଲେ l ଉକ୍ତ ସଭାରେ ଡକ୍ଟର ତନ୍ମୟୀ ରଥ, ଅଧ୍ୟାପକ ଜିତେନ୍ଦ୍ର ନାଥ ମହାନ୍ତ ଓ ଆଧ୍ରେଶ ମାର୍ଣ୍ଡି ପ୍ରମୁଖ ଯୋଗ ଦେଇଥିଲେ l ଯୁକ୍ତ ତିନି ଅନର୍ସ ପ୍ରଥମ, ଦ୍ବିତୀୟ ଓ ତିନିୟ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତଥିଲେ l ସେମାନଙ୍କ ମଧ୍ୟରେ ମଙ୍ଗଳ ସିଂହ ମୁଦୟା, ମୁନ ମୁନ ମହାତୋ, ରୁପାରାଣୀ ମହାନ୍ତ, ବିଚିତ୍ରା ଗିରି, ଲକ୍ଷ୍ମୀ ସୋରେନ, ପୂଜାରିଣୀ ନାୟକ, ରୂକ୍ମଣୀ ସିଦ୍ଧୁ, ରାଇମାତ୍ ମାର୍ଣ୍ଡି, ଠାକୁର ମୁର୍ମୁ, ଦୁଲାରୀ ସୋରେନ ଓ ପୁଷ୍ପାଜଳୀ ବେହେରା ପ୍ରମୁଖ ଥିଲେ l

ରାଇରଙ୍ଗପୁର ରୁ ଶ୍ୟାମଳେନ୍ଦୁ ପରିଡାଙ୍କ ରିପୋର୍ଟ

Leave A Reply

Your email address will not be published.