ରାଉରକେଲା : ୫ ଲକ୍ଷ ଟଙ୍କାର ନକଲି ମଦ ଜବତ।। ୫ ଗିରଫ।। ଅଟୋ , ବାଇକ୍ , ସ୍କୁଟି ଜବତ ।

0 464

ରାଉରକେଲା : ୫/୯ (ସତ୍ୟାନ୍ୟୁଜ) ରାଉରକେଲା ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା। ୫ ଲକ୍ଷ ଟଙ୍କାର
ଡୁପ୍ଲିକେଟ୍ ବିଦେଶୀ ମଦ ଜବତ ସହ ୫ ଜଣଙ୍କୁ ଗିରଫ କରିଛନ୍ତି ଅବକାରୀ ବିଭାଗ ଅଧିକାରୀ। ମଦ ଚାଲାଣରେ ବ୍ୟବହୃତ ହେଉଥିବା ଅଟୋ , ବାଇକ୍ , ସ୍କୁଟି ଜବତ କରାଯାଇଛି। ଏହି ନକଲି ମଦ ଝାଡ଼ଖଣ୍ଡ ରୁ ରାଉରକେଲା ଆଣି ବିଭିନ୍ନ ଢାବାରେ ବିକ୍ରି କରିବାକୁ ଯାଉଥିବା ବେଳେ ଛେଣ୍ଡ କଲୋନୀରେ ଧରା ପଡ଼ି ଛନ୍ତି ଏହି ମଦ ମାଫିଆ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ମଦ ମାଫିଆ , ଦୁଇ ଜଣ ଅଟୋ ଚାଳକ , ଜଣେ ଢାବା ମାଲିକ ଅଛନ୍ତି।
ଅଭିଯୁକ୍ତ ମାନେ ଝାଡ଼ଖଣ୍ଡ ରୁ ନକଲି ମଦ ଆଣି ସହରର ବିଭିନ୍ନ ଢାବା ରେ ବିକ୍ରି କରୁଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ଅପରାଧିକ ମାମଲା ରହିଛି। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.