ରାଉରକେଲା : ସହରରେ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ପାଇଁ ବୈଠକ।। ଡିଆଇଜି ବ୍ରିଜେଶ ରାୟ ଙ୍କ ଅଧ୍ୟକ୍ଷତାରେ ବୈଠକ।

0 437

ରାଉରକେଲା : ୪/୯(ସତ୍ୟାନ୍ୟୁଜ) ରାଉରକଲା ସହରରେ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଡିଆଇଜି ବ୍ରିଜେଶ ରାୟ ଙ୍କ ଅଧ୍ୟକ୍ଷତାରେ ବୁଧବାର ଦିନ ଏକ ବୈଠକ ପୋଲିସ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ରାଉରକେଲା ଇଣ୍ଟିଗ୍ରେସନ୍ ଫୋରମ୍ ସଦସ୍ୟ , ହୋଟେଲ ଆସୋସିଏସନ୍ , ଜ୍ୱେଲରର୍ସ ଆସୋସିଏସନ୍ , ଟ୍ରାନ୍ସପୋର୍ଟ ଆସୋସିଏସନ୍ ସହ ଜଡ଼ିତ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ। ପୋଲିସ ଏବଂ ଟ୍ରାଫିକ ବିଭାଗର ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଏହି ବୈଠକରେ ଯୋଗ ଦେଇ ନିଜ ବ୍ୟକ୍ତବ୍ୟ ରଖିଥିଲେ। ଆସିଥିବା ବିଭିନ୍ନ ପ୍ରସ୍ତାବ ଉପରେ ବିଚାର ବିମର୍ଶ କରି ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି ଡିଆଇଜି କହିଥିଲେ। ଏହା ଛଡା ଆଗକୁ ପୂଜା ମହୋତ୍ସବ ଆସୁଥିବାରୁ ଶାନ୍ତି ଶୃଙ୍ଖଳା ସହ ପୂଜା ପାଳନ ଲାଗି ନିବେଦନ କରା ଯାଇଥିଲା। ବିଶେଷ କରି ଗଣେଶ ପୂଜା ଭସାଣି ରେ ଅତି ଶବ୍ଦ କରୁଥିବା ଡି ଜେ ନବଜାଇବାକୁ ଡିଆଇଜି ସମସ୍ତ ପୂଜା କମିଟି ସଦସ୍ୟଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.