ରାଉରକେଲା : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ‘ ନୀଳ ଆକାଶ ପାଇଁ ନିର୍ମଳ ବାୟୁ ‘ ସମ୍ପର୍କିତ ଆନ୍ତର୍ଜାତୀୟ ଦିବସ ପାଳିତ।

0 454

ଏସ୍‌ପିସିବି ପକ୍ଷରୁ ‘ନୀଳ ଆକାଶ ପାଇଁ ନିର୍ମଳ ବାୟୁ’ ସଂପର୍କିତ ଆନ୍ତର୍ଜାତୀୟ ଦିବସ ପାଳିତ

ରାଉରକେଲା : ୪/୯(ସତ୍ୟାନ୍ୟୁଜ) ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଉରକେଲା ଆଞ୍ଚଳିକ ଶାଖା ପକ୍ଷରୁ ଆଜି ପୂର୍ବାହ୍ନରେ ‘ନୀଳ ଅକାଶ ପାଇଁ ନିର୍ମଳ ବାୟୁ’ ସଂପର୍କିତ ଆନ୍ତର୍ଜାତୀୟ ଦିବସ ସ୍ଥାନୀୟ ସିଭିକ୍ ସେଣ୍ଟରଠାରେ ଆୟୋଜିତ ହୋଇଯାଇଛି । ଏଥିରେ ରାଉରକେଲା ଏନ.ଆଇ.ଟି ର ନିର୍ଦେଶକ ପ୍ରଫେସର କେ. ଉମାମହେଶ୍ୱର ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆର.ଏସ.ପି ର କାର୍ଯ୍ୟନିର୍ବାହୀ ଅଧିକାରୀ ( ଏଚ.ଆର.) ତରୁଣ ମିଶ୍ର ଆର.ଏସ.ପି ର ଇ.ଡି ( ମାଇନ୍ସ) ଆଲୋକ ବର୍ମା,
ଆର.ଏସ.ପି ର ଇ.ଡି ( ୱାର୍କସ )ଏସ. ଆର. ସୂର୍ଯ୍ୟବଂଶୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ଅତିଥି ମାନେ ମିଳିତ ଭାବେ
ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥି ଡ଼. କେ. ଉମାମହେଶ୍ୱର ରାଓ ତାଙ୍କ ବକ୍ତବ୍ୟରେ ଜନ ସହଭାଗିତା ଦ୍ୱାରା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରାଯାଇପାରିବ ଓ ଅଧିକରୁ ଅଧିକ ବୃକ୍ଷ ରୋପଣ ପାଇଁ ଆହ୍ୱାନ ଦେଇଥିଲେ ।
ଆଞ୍ଚଳିକ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ପରିବେଶ ବୈଜ୍ଞାନିକ ଡ. ଅନୁପ କୁମାର ମଲ୍ଲିକ ସ୍ୱାଗତ ଭାଷଣ ପ୍ରଦାନ ସହ ଏହି ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ l ରାଉରକେଲାକୁ ଯେଉଁ ନନ୍ ଆଟେନ୍‌ମେଣ୍ଟ ସହର ଘୋଷଣା କରାଯାଇଛି, ସେ ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ । ସମ୍ମାନିତ ଅତିଥିମାନେ ଚଳିତ ବର୍ଷର ବିଷୟବସ୍ତୁ ‘ନିର୍ମଳ ବାୟୁ ପାଇଁ ବିନିଯୋଗ’ ସମ୍ପର୍କରେ ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ l ପରିବେଶର ସୁରକ୍ଷା ପାଇଁ ସମସ୍ତେ ଯତ୍ନବାନ ହେବାକୁ ଆହ୍ୱାନ କରିଥିଲେ l
ଏନ୍‌ଆଇଟିର ପ୍ରଫେସର ଡ. ହିମାଂଶୁ ଭୂଷଣ ସାହୁ ବାୟୁର ଗୁଣାତ୍ମକ ମାନ ସଂପର୍କରେ ଏକ ସନ୍ଦର୍ଭ ଉପସ୍ଥାପନ କରିଥିଲେ । ଡ଼ ସାହୁଙ୍କ ସମେତ ଏନ.ଆଇ.ଟିର ପ୍ରଫେସର କାକଳି ପଲ, ଆରଏସ୍‌ପି ପରିବେଶ ବିଭାଗର ସିଜିଏମ୍ ମାଲ୍ଲା ଶ୍ରୀନିବାସ ପ୍ରମୁଖ ବୈଷୟିକ ପର୍ଯ୍ୟାୟରେ ଯୋଗ ଦେଇ ପୂର୍ବରୁ ଆୟୋଜିତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ ପୂର୍ବକ ପୁରସ୍କୃତ କରିଥିଲେ । ଏହି ଅବସରରେ ବାୟୁ ପ୍ରଦୂଷଣ ସଂପର୍କିତ ଏକ ସଚେତନତାଧର୍ମୀ ନାଟକ ପ୍ରଦର୍ଶିତ ହୋଇଥିଲା ।ଉପ ପରିବେଶ ଯନ୍ତ୍ରୀ ବିଜୟ କୁମାର ଭୋଇ କାର୍ଯ୍ୟକ୍ରମର ସଂଚାଳନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଉପ ପରିବେଶ ଯନ୍ତ୍ରୀ ଆର.ଆର. ଦାସ, ଚନ୍ଦ୍ରଶେଖର ଚୌହାନ, ରଜତ କୁମାର ସେଠି, ସହକାରୀ ପରିବେଶ ଯନ୍ତ୍ରୀ ପ୍ରିତମ କୁମାର ପତି,ଏ.ଇ.ଏସ. ସୌମ୍ୟ ରଞ୍ଜନ ପ୍ରଧାନ, ଙ୍କ ସମେତ ଅନ୍ୟ ଷ୍ଟାଫ୍‌ମାନେ ସହଯୋଗ କରିଥିଲେ । ଶେଷରେ ବିଭାଗୀୟ ସହକାରୀ ପରିବେଶ ବୈଜ୍ଞାନିକ ପ୍ରଜ୍ଞାଜ୍ୟୋତି ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.