ରାଉରକେଲା : ଆର୍ ଏସ ପି ପରିଚାଳିତ ବରସୁଆଁ ଲୌହ ଖଣିରେ ସିବିଆଇ ର ଚଢାଉ।। ଲୌହ ପଥର ଗୁଣ୍ଡ ବିକ୍ରି ଅନିୟମିତାର ଯାଞ୍ଚ ଆରମ୍ଭ।

0 514

ରାଉରକେଲା : ୪/୯(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଟେନସା ସ୍ଥିତ ସେଲ୍ ଅଧିନସ୍ଥ ରାଉରକେଲା ଇସ୍ପାତ କାରଖାନା ପରିଚାଳିତ ବରସୁଆଁ ଲୌହଖଣିରେ ସିବିଆଇ ପକ୍ଷର ଚଢ଼ାଉ କରାଯାଇଛି। ହଜାର ହାଜାର ଟନ୍ ଉଚ୍ଚ ମାନର ଲୌହ ପଥର ଗୁଣ୍ଡକୁ ନିମ୍ନ ମାନର ଦର୍ଶାଇ ବିଭିନ୍ନ ସଂସ୍ଥାଙ୍କୁ ବିକ୍ରି କରି ବ୍ୟାପକ ରାଜସ୍ବ କ୍ଷତି କରିଥିବା ଅଭିଯୋଗରେ ଏହି ଚଢ଼ାଉ କରାଯାଉଛି। ଏହି ହେରଫେର ଘଟଣା ସେଲ୍ ର ଭିଜିଲାନ୍ସ ବିଭାଗ ନଜରରେ ଆସିବା ପରେ ଯାଞ୍ଚ ଆରମ୍ଭ ହୋଇଥିଲା। ଶହ ଶହ କୋଟି ଟଙ୍କାର ରାଜସ୍ବ ହେରଫେର ହୋଇଥିବା ସେଲ୍ ଭିଜିଲାନ୍ସ ସନ୍ଦେହ କଲା ପରେ କେଶ୍ ସିବିଆଇ କୁ ହସ୍ତାନ୍ତର କରିଥିଲେ। ସେହି ଅନୁସାରେ ସିବିଆଇ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି। ରାଉରକେଲା ଇସ୍ପାତ କାରଖାନାର କେତେ ଜଣ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ପଚରା ଉଚୁରା କରିବାକୁ ସିବିଆଇ ପକ୍ଷରୁ ଡ଼କା ଯାଇଥିବା ସୂଚନା ମିଳିଛି।

ସୁଚନା ମୁତାବକ ବିଗତ ଦୁଇ ତିନୋଟି ଆର୍ଥିକ ବର୍ଷ ରେ ସେଲ୍ , ଆର୍.ଏସ୍.ପି ପରିଚାଳିତ ବରସୁଆଁ ଲୌହ ପଥର ଖଣିରେ ହଜାର ହଜାର ଟନ୍ ଲୌହ ପଥର ଗୁଣ୍ଡ ଗଚ୍ଛିତ ଥିଲା। ବରସୁଆଁ ଭେଲି ଟେଲିଙ୍ଗ ଡ୍ୟାମ୍ ରେ ଗଚ୍ଛିତ ଥିବା ଏହି ଲୌହ ପଥର ଗୁଣ୍ଡକୁ ଖଣି ବିଭାଗ ନିୟମ ଅନୁଯାୟୀ ବାରସୁଆଁ ଖଣି ପକ୍ଷରୁ ଷ୍ଟକ୍ ପ୍ରସ୍ତୁତ କରାଯାଇ ଥାଏ | ପରେ ସ୍ଥାନୀୟ କୋଇଡା ଖଣି ବିଭାଗ ଦ୍ଵାରା ଉକ୍ତ ଷ୍ଟକ୍ ର ମାନ ନିରୂପଣ କରି ସେଲ୍ ପକ୍ଷରୁ ଉକ୍ତ ଷ୍ଟକ୍ ବାବଦ ରାଜସ୍ୱ ପୈଠ କରାଯିବା ପରେ ଉକ୍ତ ଷ୍ଟାକ୍ କୁ ବିଭିନ୍ନ କ୍ରେତାଙ୍କୁ ବିକ୍ରୟ କରାଯାଇ ଥାଏ। ତେବେ ଅନେକ ସମୟ ରେ ଖଣି ବିଭାଗ ପକ୍ଷରୁ ଅନେକ ଷ୍ଟକ୍ କୁ ଉଚ୍ଚ ମାନର ଦର୍ଶାଇ ଥିବା ବେଳେ ଉକ୍ତ ଷ୍ଟକ୍ କୁ ନିମ୍ନ ମାନର ଲୌହ ପଥର ଦର୍ଶାଇ ସେଲ୍ ବରସୁଆଁ ଲୌହ ପଥର ଖଣି ର କର୍ତ୍ତୃପକ୍ଷ ବିଭିନ୍ନ କ୍ରେତା ଙ୍କୁ ବିକ୍ରୟ କରି ଚାଲିଥିଲେ। ତେବେ ଉକ୍ତ ବିଷୟ ସେଲ୍ ର ଭିଜିଲାନ୍ସ ବିଭାଗ ନଜର ରେ ଆସିବା ଏବଂ ଏହା ଶହ ଶହ କୋଟି ଟଙ୍କା ର ହେର୍ ଫେର ହୋଇଥିବାରୁ ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ସିବିଆଇ କୁ କେଶ୍ ହସ୍ତାନ୍ତର କରାଯାଇଥିଲା ଯାହା ଫଳରେ ଏବେ ୩ ଦିନ ହେବ ସିବିଆଇ ପକ୍ଷରୁ ଉକ୍ତ ଘଟଣା ସମ୍ପର୍କରେ ବରସୁଆଁ ଲୌହ ଖଣି ଟେନସା ସ୍ଥିତ କାର୍ଯ୍ୟାଳୟ ରେ ସମସ୍ତ ଖୋଳତାଡ ଯାରି ରହିଥିବା ବେଳେ ଏଥିରେ ସଂପୃକ୍ତ ଥିବା ସମସ୍ତ ଅଧିକାରୀ ଙ୍କୁ ଜେରା ପାଇଁ ଆଜି ସିବିଆଇ ପକ୍ଷରୁ ଡାକରା ଯାଇଛି |

Leave A Reply

Your email address will not be published.