ସୁନ୍ଦରଗଡ଼ : ନବମ ଶ୍ରେଣୀ ଛାତ୍ରୀ ନିଖୋଜ।। ଟାଉନ୍ ଥାନାରେ ଏତଲା।। ଏସପି ଙ୍କ ଦ୍ବାରସ୍ଥ ହେଲେ ପରିବାର ବର୍ଗ।

0 554

ସୁନ୍ଦରଗଡ଼ : ୩୦/୮(ସତ୍ୟାନ୍ୟୁଜ) ସୁନ୍ଦରଗଡ ସହରର ଏକ ଘରୋଇ ବିଦ୍ୟାଳୟର ଜଣେ ନବମ ଶ୍ରେଣୀ ଛାତ୍ରୀ ଗତ ୨୮ ତାରିଖରୁ ନିଖୋଜ ହୋଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଛାତ୍ରୀ ଜଣକ ବୁଧବାର ଘରୁ ତାଙ୍କ ଅଜାଙ୍କ ସହିତ ସ୍କୁଲ କୁ ଆସିଥିଲା । ତାକୁ ସ୍କୁଲ ଗେଟରେ ଛାଡି ଅଜା ଫେରିଯାଇଥିଲେ । ଅପରାହ୍ନ ୪ଟାରେ ଯେତେବେଳେ ଅଜା ସ୍କୁଲକୁ ନେବା ପାଇଁ ଆସିଥିଲେ ସେ ଆଉ ଛାତ୍ରୀ ଜଣକୁ ପାଇନଥିଲେ । ଏହା ପରେ ଅଜା ସାଙ୍ଗ ସାଥୀ , ସମ୍ପର୍କିୟ ସମସ୍ତଙ୍କ ଠାରେ ଖୋଜାଖୋଜି କାରି ନପାଇବାରୁ ରାତିରେ ଥାନାରେ ଲିଖିତ ଅଭିଯୋଗ କରି ସମ୍ବଲପୁରରେ ରହୁଥିବା ଛାତ୍ରୀଙ୍କ ବାପା ମାଆଙ୍କୁ ଖବର ଦେଇଥିଲେ । ସ୍କୁଲ ରେ ପଚରା ଉଚୁରା କଲା ପରେ ଛତ୍ରୀ ଜଣକ ସେହି ଦିନ ସ୍କୁଲକୁ ଆସିନଥିବା ଜଣାପଡିଥିଲା । ହେଲେ ଘଟଣାକୁ ତିନି ଦିନ ହେଲାଣି ଛାତ୍ରୀ ଜଣକର କୌଣସି ଖବର ମିଳିପାରିନାହିଁ । ପରିବାର ଲୋକେ ନିରାଶ ହୋଇ ଆଜି ସୁନ୍ଦରଗଡ ଏସପି ପ୍ରତ୍ୟୁଷ ଦିବାକରଙ୍କୁ ଭେଟି ତଦନ୍ତକୁ ତ୍ୱରାନ୍ୱିତ କରିବା ପାଇଁ ଅନୁରୋଧ କରିଥିଲେ । ଛାତ୍ରୀ ଜଣକ ଅତି ସରଳ ସ୍ୱଭାବର ହୋଇଥିବା ବେଳେ ସେ ନିଜ ଇଚ୍ଛାରେ କୁଆଡେ ଯିବାର ପ୍ରଶ୍ନ ଉଠୁନାହିଁ । ତାକୁ କେହି ଠକି ନେଇ ଯାଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି ।

Leave A Reply

Your email address will not be published.