ବଣାଇ : ଗୁରୁଣ୍ଡିଆ ବ୍ଲକ୍ ଏବେବି ଅବହେଳିତ। ସରକାର ଶୁଣିଲେ ନାହିଁ।। ଶେଷରେ କାଠ ଗଡ ପକାଇ ଗ୍ରାମବାସୀ କଲେ ବ୍ରିଜ।

0 488

ବଣାଇ : ୩୧/୮ (ସତ୍ୟାନ୍ୟୁଜ)
ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଉପଖଣ୍ଡର ଗୁରୁଣ୍ଡିଆ ବ୍ଲକ ଏବେବି ଅବହେଳିତ ହୋଇ ରହିଛି। ସୋଲ ପଞ୍ଚାୟତର କଣ୍ଟାମୁଣ୍ଡା ଗ୍ରାମ ଏବେବି ଅନ୍ୟ ସ୍ଥାନରୁ ଅପହଞ୍ଚ । ବର୍ଷା ଦେନେ ନାଳ ସାଜିଛି ଯାତାୟତରେ ବାଧକ। ଏହି ନାଳ ଉପରେ କଲଭର୍ଟ କିମ୍ବା ବ୍ରିଜ୍ ନିର୍ମାଣ କରିବାକୁ ପ୍ରଶାସନ ଏବଂ ସରକାରଙ୍କ ନିକଟରେ ବହୁବାର ଦାବି ହୋଇଛି । ହେଲେ କୌଣସି ଫଳ ମିଳିନାହିଁ। ଏହି ଗ୍ରାମରେ ରହୁଛନ୍ତି ୧୨୦ ରୁ ଉର୍ଦ୍ଧ୍ବ ପରିବାର। ଶେଷରେ ବାଧ୍ୟ ହୋଇ ନିଜ ଉଦ୍ୟମ ରେ ନାଳଉପରେ କାଠ ଗଣ୍ଡି ପକାଇ ଗ୍ରାମବାସୀ ଯାତାୟାତ ପାଇଁ ଅସ୍ଥାୟୀ ସୁବିଧା କରିଛନ୍ତି। ୫ ଦିନ ଧରି ପରିଶ୍ରମ କରି ସ୍ଥାନୀୟ ଲୋକେ ନିକଟ ଜଙ୍ଗଲ ରୁ ବଡ଼ ଗଛର ଗଣ୍ଡି ଆଣି ଏହି ବ୍ରିଜ ନିର୍ମାଣ କରିଛନ୍ତି। ସଂଯୋଗକାରୀ ରାସ୍ତା ପାଇଁ ମହିଳା ମାନେ ପଥର ଖଣ୍ଡ ଆଣି ବିଛାଉଛନ୍ତି। ବ୍ରିଜ ନିର୍ମାଣ ଲାଗି ଅଧିକ ଟଙ୍କା ଆବଶ୍ୟକ ବୋଲି ଗୁରୁଣ୍ଡିଆ ବିଡ଼ିଓ କହିଛନ୍ତି। ଏ ବାବଦରେ ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ଜଣାଇ ଦିଆ ଯାଇଥିବା ସେ କହିଛନ୍ତି।

ସ୍ବଧୀନତା ୭୮ ତମ ବର୍ଷ ପୁରିଲାଣି। ହେଲେ ଏପର୍ଯ୍ୟନ୍ତ ଗୁରୁଣ୍ଡିଆ ବ୍ଲକର ଉନ୍ନତି ହୋଇ ପରି ନାହିଁ। କଣ୍ଟାମୁଣ୍ଡା ଗ୍ରାମ ଏବେବି ଅପହଞ୍ଚ ରହିଛି। ବଣ ପାହାଡ଼ ଜଙ୍ଗଲ ଘେରା ଭିତରେ ବସବାସ କରୁଛନ୍ତି ୧୨୦ ରୁ ଉର୍ଦ୍ଧ୍ବ ପରିବାର। ଏହି ଗ୍ରାମକୁ ଯିବାକୁ ହେଲେଏହି ନାଳ ସାଜିଛି କାଳ। ନାଳ ପାର ହେଲା ଯାଇ ଗ୍ରାମର ର ବାହାରକୁ ଯାଇ ପାରିବେ । ତେଣୁ ଗ୍ରାମର ମହିଳା, ପୁରୁଷ ସମସ୍ତେ ଲାଗି ପଡିଛନ୍ତି କାମରେ। ସରକାର ବ୍ରିଜ କଲେ ନାହିଁ। ନିଜ ସୁବିଧା ଲାଗି,ଗାଁର ସୁବିଧା ଲାଗି ନିଜେ କରୁଛନ୍ତି ପରିଶ୍ରମ। ସମସ୍ତେ ମିଶି ବିରାଟକାୟ ଗଛଗୁଡିକ କଟି ବ୍ରିଜ କରୁଛନ୍ତି । ପୁରୁଷ ମାନେ ଗଛ ଗଣ୍ଡି ପକାଇ ବ୍ରିଜ କରୁଥିବା ବେଳେ ମହିଳା ମାନେ ଜଙ୍ଗଲ ରୁ ପଥର ଆଣି ରାସ୍ତା ତିଆରି କରୁଛନ୍ତି। ବର୍ଷା ଚାରି ମାସ ଏମାନଙ୍କ ଲାଗି ପାଇଁ ଅଭିଶପ୍ତ। ଏହି ନାଳ ଯୋଗୁଁ ଯାତାୟାତ ପାଇଁ ସମ୍ପୁର୍ଣ୍ଣ ଠପ୍ ହୋଇଯାଏ। ସେ ରୋଗୀ ସେବା ହେଉ କି, ସ୍କୁଲ କି ଅନ୍ୟ ସେବା। ସେଥିପାଇଁ ବାଧ୍ୟହୋଇ ଜଙ୍ଗଲରୁ ଗଣ୍ଡି ସଂଗ୍ରହ କରି ନାଳ ଉପରେ ପକାଇ ପୋଲ ତିଆରି କଲେ ନିଜପରିବାର ର ସୁବିଧା ଲାଗି। କୌଣସି ସରକାରୀ ଅର୍ଥରେ ନୁହେଁ, ନିଜେ ପରିଶ୍ରମ କରି ଏହି ଡ ପୋଲ ତିଆରି କରୁଛନ୍ତି ଗ୍ରାମ ବାସୀ। ନେତା ମନ୍ତ୍ରୀ ଠାରୁ ଆରମ୍ଭ କରି ସମସ୍ତଙ୍କୁ କହିଲେ ,ହେଲେ କେହି ଶୁଣିଲେନି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ।

Leave A Reply

Your email address will not be published.