ସୁନ୍ଦରଗଡ଼ : କୋର୍ଟ ରୁମ୍ ବାହାରେ ପାରାସିଟାମଲ୍ ଔଷଧ ଖାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ।। ହସ୍ପିଟାଲ୍ ରେ ଭର୍ତ୍ତି।

0 529

ସୁନ୍ଦରଗଡ଼ : ୩୦/୮(ସତ୍ୟାନ୍ୟୁଜ) କୋର୍ଟ ରୁମ ବାହାରେ ପାରାସିଟାମଲ ଔଷଧ ଖାଇ ଦୁଷ୍କର୍ମ ପୀଡ଼ିତା ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ଜିଲ୍ଲା ଦୌରା ଜଜଙ୍କ କୋର୍ଟ ରୁମ ବାହାରେ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ଅବସ୍ଥା ରେ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି ମହିଳା ଜଣକ । ତାଙ୍କ ବିପକ୍ଷରେ ରାୟ ଆସିବା ପରେ ସେ ଔଷଧ ଖାଇ କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ମହିଳା ଜଣକ ୨୦୨୧ ମସିହା ରେ ନିଜ ସ୍ବାମୀଙ୍କ ହତ୍ୟା ଅଭିଯୋଗ ରେ ଜେଲ ଯାଇ ଜାମିନ ରେ ଆସିଥିବା ଜଣାପଡିଛି । ସ୍ବାମୀ ଙ୍କ ହତ୍ୟା ତାଙ୍କ ପୁରୁଷ ବନ୍ଧୁ ଙ୍କ ପ୍ରରୋଚନାରେ କରିଥିବା ବେଳେ ପୁରୁଷ ବନ୍ଧୁଙ୍କୁ ପୋଲିସ ଗିରଫ ନକରି ମହିଳା ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଅଭିଯୋଗ ହୋଇଥିଲା । ଜେଲ ରୁ ଜାମିନରେ ଆସିବା ପରେ ଉଭୟ ଙ୍କ ମଧ୍ୟରେ ପୂର୍ବପରି ସମ୍ପର୍କ ରହିନଥିଲା । ମହିଳା ଜଣକ ସୁନ୍ଦରଗଡ଼ ସହରରେ ରହୁଥିବା ବେଳେ ୨୦୨୧ , ନଭେମ୍ବର ୨୮ ତାରିଖ ଦିନ ତାଙ୍କ ପୂର୍ବ ପୁରୁଷ ବନ୍ଧୁଙ୍କ ବିରୁଦ୍ଧ ରେ ଦୁଷ୍କର୍ମ ଅଭିଯୋଗ ଆଣି ଥାନା ରେ ଏତଲା ଦେଇଥିଲେ । ସେହି ମାମଲା ରେ ପୁରୁଷ ବନ୍ଧୁ ଅଶ୍ବିନୀ ନାଏକ ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ପରେ ସେ ଜାମିନ ରେ ଆସିଥିଲେ । ମାମଲା ଜିଲ୍ଲା ଦୌରା ଜଜଙ୍କ କୋର୍ଟ ରେ ବିଚାର ଚାଲିଥିଲା ବେଳେ ଆଜି ସେହି ମାମଲା ର ରାୟ ପ୍ରକାଶ ପାଇଥିଲା । ଯେଉଁଥିରେ ଅଭିଯୁକ୍ତ ନିର୍ଦ୍ଦୋଷ ରେ ଖଲାସ ହୋଇଥିଲା । ଏହା ପରେ ମହିଳା ଜଣକ ଏକା ଥରେ ୮ ଟି ପାରାସିଟାମଲ୍ ଟାବଲେଟ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ତୁରନ୍ତ ମେଡ଼ିକାଲ ଅଣାଯାଇଥିଲା। ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣା ପଡିଛି ।

Leave A Reply

Your email address will not be published.