ରାଉରକେଲା : ବ୍ରାହ୍ମଣୀ ନଦୀକୁ ଡେ଼ଇଁ ଆତ୍ମହତ୍ୟା କରିଥିବା ଯୁବକଙ୍କ ଶବ ଉଦ୍ଧାର।। ବଣାଇ ଲଲେଇ ବ୍ରିଜ ନିକଟରୁ ଉଦ୍ଧାର।
ରାଉରକେଲା : ୩୦/୮(ସତ୍ୟାନ୍ୟୁଜ) ରାଉରକେଲା ବ୍ରାହ୍ମଣୀ ନଦୀରୁ ଡେଇଁ ଆତ୍ମହତ୍ୟା କରିଥିବା ଯୁବକ ଇନ୍ଦ୍ରଜିତ ଦେ ଙ୍କ ମୃତ ଦେହ ଆଜି ବଣାଇ ରୁ ଉଦ୍ଧାର କରାଯାଇଛି। ବଣାଇ ଥାନା ଲଲେଇ ବ୍ରିଜ ନିକଟରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଭାସି ଭାସି ଯାଉ ଥିବା କିଛି ଲୋକ ଆଜି ଦେଖିବାକୁ ପାଇ ଥିଲେ। ଏ ବାବଦରେ ଲୋକମାନେ ସଙ୍ଗେ ସଙ୍ଗେ ପୋଲିସ ଏଵଂ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନଦୀରୁ ଇନ୍ଦ୍ରଜିତ ଙ୍କ ମୃତ ଦେହ ଉଦ୍ଧାର କରିଥିଲେ। ଖବର ପାଇ ଇନ୍ଦ୍ରଜିତ ଙ୍କ ଭାଇ ବିଶ୍ୱଜିତ୍ ଦେ ଏବଂ ବନ୍ଧୁ ମାନେ ବଣାଇ ରେ ପହଞ୍ଚି ଥିଲେ। ପୋଷ୍ଟମର୍ଟମ୍ ପରେ ଶବ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ସୂଚନା ଯୋଗ୍ୟ ଯେ ଗତ ବୁଧବାର ସନ୍ଧ୍ୟାରେ ଇନ୍ଦ୍ରଜିତ ପାନପୋଷ ବ୍ରାହ୍ମଣୀ ବ୍ରିଜ ରୁ ନଦୀ କୁ ଡେଇଁ ପଡ଼ିଥିଲେ। ଗତକାଲି ଅଗ୍ନିଶମ ବାହିନୀ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇ ନଥିଲେ।