ରାଉରକେଲା : ମୋବାଇଲ ଫୋନ୍ ଛଡାଇବା ବେଳେ ଦୁର୍ବୃତ୍ତ ଙ୍କ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ।। ତିନି ଅଭିଯୁକ୍ତ ଗିରଫ।

0 1,091

*ମୋବାଇଲ ଫୋନ ଛଡାଇବା ବେଳେ ଯୁବକଙ୍କୁ ହତ୍ୟା
*୩ଦୁର୍ବୃତ୍ତଗିରଫ #ରାଉରକେଲା

ରାଉରକେଲା : ୨୮/୮(ସତ୍ୟାନ୍ୟୁଜ) ମୋବାଇଲ୍ ଫୋନ୍ ଛଡାଇବା ବେଳେ ଦୁର୍ବୃତ୍ତ ଙ୍କ ସହ ହାତା ହାତି ଘଟଣାରେ ଆହତ ହୋଇଥିବା ଯୁବକଙ୍କ ରାଉରକେଲା ଆପୋଲୋ ହସ୍ପିଟାଲରେ ମୃତ୍ୟୁ ହୋଇ ଯାଇଛି। ପୋଲିସ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି।
ମୃତକ ଜୟ ସିଂହ ବଡ଼ାଇକ୍ ସୁନ୍ଦରଗଡ଼ ଜିଲ୍ଲା ହାତିବାରି ଅଞ୍ଚଳର। ଅଗଷ୍ଟ ୧୫ ତାରିଖ ଦିନ ସେ ତାଙ୍କ ବାନ୍ଧବୀ ଙ୍କ ସହ ଉଦିତ ନଗର ନେତାଜୀ ଫିଟନେସ ପାର୍କ ଆସିଥିଲେ। ପାର୍କ ରେ ବୁଲୁଥିବା ବେଳେ ୩ ଜଣ ଯୁବକ ସେଠାରେ ପହଞ୍ଚି ଜୟସିଂହ ବାନ୍ଧବୀ ଙ୍କ ମୋବାଇଲ ଫୋନ୍ ଛଡାଇବା ସହ ତାଙ୍କ ଓଢ଼ଣୀ ଟଣା ଟଣି କରି ଥିଲେ। ଏହି ଘଟଣାରେ ଯୁବତୀଙ୍କ ବନ୍ଧୁ ଜୟ ସିଂ ବିରୋଧ କରିବାରୁ ଦୁର୍ବୃତ୍ତ ମାନେ ତାଙ୍କୁ ଆକ୍ରମଣ କରିଥିଲେ। ଜଣେ ଦୁର୍ବୃତ୍ତ ପିନ୍ଧିଥିବା ଲୁହା ବଳାରେ ବାରମ୍ବାର ଜୟ ସିଂ ଙ୍କ ମୁଣ୍ଡରେ ଆଘାତ ଦେବାରୁ ସେ ଗୁରୁତର ହୋଇ ପଡ଼ିଥିଲେ। ପରେ ପୋଲିସ ତାଙ୍କୁ ନେଇ ରାଉରକେଲା ସରକାରୀ ହସ୍ପିଟାଲ୍ ରେ ଭର୍ତ୍ତି କରିଥଲେ। ପରେ ଅବସ୍ଥାରେ ସୁଧାର ନଆସିବାରୁ ଆପୋଲୋ ହସ୍ପିଟାଲ୍ ପଠା ଯାଇଥିଲା। ସେଠାରେ ୨୬ ତାରିଖରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଉଦିତ ନଗର ଥାନା ପୋଲିସ ଏହି ଘଟଣାର ତଦନ୍ତ କରି ଆଜି ୩ ଜଣ ଦୁର୍ବୃତ୍ତ କାଳୁ ପଣ୍ଡା , ବଣ୍ଟି ଏବଂ ଗୁଟୁ ଗୁଡୁ ଙ୍କୁ ଗିରଫ କରିଛି। କାଳୁ ପଣ୍ଡା , ବଣ୍ଟି ଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଗୁଟୁ ଗୁଡୁ କୁ ଗୁରୁବାର ଦିନ କୋର୍ଟ ଚାଲାଣ କରାଯିବ।

Leave A Reply

Your email address will not be published.