ବଣାଇ : କୋଲକତା ହସପିଟାଲ ରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାର ପ୍ରତିବାଦ।। ନର୍ସିଂ ଛାତ୍ରୀଙ୍କ କେଣ୍ଡଲ୍ ମାର୍ଚ୍ଚ।

0 410

ବଣାଇ : ୨୯/୮(ସତ୍ୟାନ୍ୟୁଜ) କୋଲକାତା ଆର୍ ଜି କର ହସପିଟାଲ ରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ବେଙ୍ଗଲ ସମେତ ସାରା ଦେଶରେ ଅଦ୍ଭୂତପୂର୍ବ ପ୍ରତିବାଦ କରାଯାଉଛି। ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ମାନେ ରାସ୍ତାକୁ ଓହ୍ଲାଇ ନ୍ୟାୟ ମାଗୁଛନ୍ତି। ଏହି ପରୀପ୍ରେକ୍ଷୀରେ ବଣାଇରେ ଥିବା ନର୍ସିଂ ସ୍କୁଲ ଛାତ୍ରୀ ମାନେ ରାଜା ରାସ୍ତାକୁ ଓହ୍ଲାଇ ଛନ୍ତି। ତାଙ୍କ ସହ ଯୋଗ ଦେଇଛନ୍ତି ବିଭିନ୍ନ ଅନୁଷ୍ଠାନର କର୍ମଚାରୀ। ବଣାଇ ବାଣେଶ୍ୱର ମନ୍ଦିରରୁ ଏକ କେଣ୍ଡେଲ ରାଲି ବାହାରି ସହର ପରିକ୍ରମା କରିଥିଲା। ନାରୀ ନିର୍ଯାତନା ବିରୁଦ୍ଧରେ ବିଭିନ୍ନ ପ୍ଲାକାର୍ଡ ଧରି ନର୍ସିଂ ଛାତ୍ରୀ ମାନେ ନାରୀଙ୍କୁ ସୁରକ୍ଷା ଦେବାକୁ ନିବେଦନ କରିଥିଲେ।

Leave A Reply

Your email address will not be published.