ରାଉରକେଲା : କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଧର୍ମପତ୍ନୀ ଝିଙ୍ଗିଆ ଓରାମଙ୍କ ଏକାଦଶାହ କାର୍ଯ୍ୟକ୍ରମ ସମ୍ପନ୍ନ।। ଛତିଶଗଡ ମୁଖ୍ୟମନ୍ତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି।
ରାଉରକେଲା : ୨୮/୮(ସତ୍ୟାନ୍ୟୁଜ) କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଗାଁ
କେନ୍ଦୁଡିହି ରେ ଆଜି ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇ ପହଞ୍ଚି । ଜୁଏଲଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କ ଏକାଦଶାହ କାର୍ଯ୍ୟରେ ଯୋଗ ଦେଇଥିଲେ । ଝିଙ୍ଗିଆ ଓରାମଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ସେ ଜୁଏଲଙ୍କୁ ସ୍ୱାନ୍ତନା ଦେଇଥିଲେ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ , ଲୋକସଭା ସଦସ୍ୟ ରୁଦ୍ର ନାରାୟଣ ପାଣି ପ୍ରମୁଖ ମଧ୍ୟ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇଥିଲେ। ପୂର୍ବାହ୍ନରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟ କେନ୍ଦୁଡିହି ରେ ପହଞ୍ଚି ଝିଙ୍ଗିଆ ଓରାମଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ତଳସରା ବିଧାୟକ ତଥା ଉପବାଚସ୍ପତି ଭବାନୀ ଶଙ୍କର ଭୋଇ , ରାଉରକେଲା ବଣିକ ସଂଘର ପୂର୍ବତନ ଅଧ୍ୟକ୍ଷ ସୁବ୍ରତ ପଟ୍ଟନାୟକ ପ୍ରମୁଖ
କେନ୍ଦୁଡ଼ିହି ରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇଥିଲେ। ସୂଚନା ଯୋଗ୍ୟଯେ ଅଗଷ୍ଟ ୧୭ ତାରିଖରେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲ ରେ ଝିଙ୍ଗିଆ ଓରାମଙ୍କ ପରଲୋକ ହୋଇ ଯାଇଥିଲା। ସେ ଡେଙ୍ଗୁ ରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା।