ରାଉରକେଲା : ଟି ସି ଆଇ – ଆଇ ଡି ସି ରୋଡ ଜଳାର୍ଣ୍ଣବ।। ସାଧାରଣ ଯାତ୍ରୀ ହନ୍ତସନ୍ତ।। ବର୍ଷାଜଳ ନିଷ୍କାସନ ହୋଇ ପାରୁ ନଥିବାରୁ ଅବ୍ୟବସ୍ଥା।

0 509

ରାଉରକେଲା : ୨୮/୮(ସତ୍ୟାନ୍ୟୁଜ) ରାଉରକେଲା ଟି ସି ଆଇ – ଆଇ ଡି ସି ରୋଡ ରେ ଆଜି ସକାଳୁ ପାଣି ଭରି ରହିଛି। ଫଳରେ ଉକ୍ତ ରାସ୍ତା ଦେଇ ଗମନାଗମନ ଦୁର୍ବିସହ ହୋଇ ପଡ଼ିଛି। ଏହି ରାସ୍ତାରେ ଓଭର ବ୍ରିଜ ନିକଟରେ ଏବଂ ମାର୍କେଟରେ ସବୁଠାରୁ ଅଧିକ ପାଣି ରହିଛି। ଲୋକ ମାନେ ଯିବା ଆସିବାରେ ଅସୁବିଧା ଭୋଗ କରୁଛନ୍ତି। ବିଶେଷ କରି ବାଇକ୍ ଆରୋହୀଙ୍କ ଦୁର୍ଦ୍ଦଶା ବଢ଼ି ଯାଇଛି। ପାଣି ଅଧିକ ଥିବାରୁ ବାଇକ୍ , ସ୍କୁଟି ଆଦି ରେ ପାଣି ପଶି ବନ୍ଦ ହୋଇ ଯାଉଛି। ଏହି ଜଳବନ୍ଦୀ ପ୍ରତି ବର୍ଷ ଏହି ସ୍ଥାନରେ ହେଉଥିଲେ ମଧ୍ୟ ଏହାର ସ୍ଥାୟୀ ପ୍ରତିକାର ପାଇଁ କୌଣସି ବ୍ୟବସ୍ଥା କରାଯାଉ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଡ୍ରେନ୍ ରେ ଠିକ୍ ଭାବେ ଜଳ ନିଷ୍କାସନ ହୋଇ ପାରୁ ନଥିବାରୁ ବେଦବ୍ୟାସ ପଟୁ ଆସୁଥିବା ବର୍ଷା ଜଳ ଜମି ରହୁଛି। ଏହି ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

Leave A Reply

Your email address will not be published.