ରାଉରକେଲା : ଜୁଏଲଙ୍କ ଗ୍ରାମ କେନ୍ଦୁ ଡିହି ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।। ଜୁଏଲଙ୍କ ପତ୍ନୀ ଝିଙ୍ଗିଆ ଓରାମ ଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି।

0 480

ରାଉରକେଲା : ୨୭/୮(ସତ୍ୟାନ୍ୟୁଜ) କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଗାଁ
କେନ୍ଦୁଡିହି ରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପହଞ୍ଚିଛନ୍ତି। ଜୁଏଲଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ପହଞ୍ଚିଛନ୍ତି। ରାଉରକେଲା ବିମାନ ବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ସଡକ ମାର୍ଗରେ କେନ୍ଦୁଡିହି ଆସିଥିଲେ। ଝିଙ୍ଗିଆ ଓରାମଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ମୁଖ୍ୟମନ୍ତ୍ରୀ ଜୁଏଲଙ୍କୁ ସ୍ୱାନ୍ତନା ଦେଇଥିଲେ। ପୂର୍ବାହ୍ନରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦୁଡିହି ରେ ପହଞ୍ଚି ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। ସୂଚନା ଯୋଗ୍ୟଯେ ଅଗଷ୍ଟ ୧୭ ତାରିଖରେ ଭୁବନେଶ୍ଵର ର ଏକ ଘରୋଇ ହସ୍ପିଟାଲ ରେ ଝିଙ୍ଗିଆ ଓରାମଙ୍କ ପରଲୋକ ହୋଇ ଯାଇଥିଲା। ସେ ଡେଙ୍ଗୁ ରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା। ଆସନ୍ତା କାଲି ଝିଙ୍ଗିଆ ଓରାମଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ବହୁ ରାଜ୍ୟ ତଥା କେନ୍ଦ୍ର ସ୍ତରୀୟ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.