ରାଉରକେଲା : ଇ ଏସ ଆଇ ସି ହସ୍ପିଟାଲ ସମ୍ମୁଖ ରେ ସିଟୁ ର ବିକ୍ଷୋଭ ପ୍ରଦର୍ଶନ।। ୫ ଦଫା ଦାବି ନେଇ ବିକ୍ଷୋଭ।

0 459

ରାଉରକେଲା : ୨୭/୮(ସତ୍ୟାନ୍ୟୁଜ) ରାଉରକେଲା ଇ ଏସ ଆଇ ସି ମଡେଲ ହସ୍ପିଟାଲ୍ ର ବିଭିନ୍ନ ସମସ୍ୟା କୁ ନେଇ ଆଜି ସିଟୁ ସଙ୍ଗଠନ ପକ୍ଷରୁ ହସ୍ପିଟାଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରା ଯାଇଛି। ହସ୍ପିଟାଲ୍ କୁ ୨୦୦ ଶଯ୍ୟା ବିଶିଷ୍ଟ କରାଯିବା , ରାଉରକେଲାରେ
ଇ ଏସ ଆଇ ସି ମେଡିକାଲ୍ କଲେଜ ପ୍ରତିଷ୍ଠା , ଏବେକାର ହସ୍ପିଟାଲ୍ ରେ ୨୬ ଜଣ ଡାକ୍ତର ନିଯୁକ୍ତି ଆଦି ୫ ଦଫା ଦାବିରେ ସିଟୁ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ବିକ୍ଷୋଭ ରେ ଜିଲ୍ଲାର କୋଇଡା , ବଣାଇ , ରାଉରକେଲା ଏବଂ ଅନ୍ୟ ସ୍ଥାନରୁ ଶତାଧିକ ଶ୍ରମିକ ଯୋଗ ଦେଇଥିଲେ। ଏହି ବିକ୍ଷୋଭ ରେ ବରିଷ୍ଠ ସିଟୁ ନେତା ବିଷ୍ଣୁ ମହାନ୍ତି , ଜାହାଙ୍ଗୀର ଅଲ୍ଲୀ , ବିମାନ ମାଇତି, ରାଜ କିଶୋର ପ୍ରଧାନଙ୍କ ସମେତ ବହୁ ଶ୍ରମିକ ନେତା ଯୋଗ ଦେଇଥିଲେ। ପରେ ସିଟୁ ପକ୍ଷରୁ
ଇ ଏସ ଆଇ ସି ହସ୍ପିଟାଲ ସୁପରିଟେଣ୍ଡଣ୍ଟ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.