ରାଉରକେଲା : ଆସନ୍ତା କାଲି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ।। ଗୋ ମନ୍ଦିର ସେବା ଟ୍ରଷ୍ଟ ପକ୍ଷରୁ ଜନ୍ମାଷ୍ଟମୀ ପାଳନ ଲାଗି ବ୍ୟାପକ ପ୍ରସ୍ତୁତି।

0 418

ରାଉରକେଲା : ୨୫/୮(ସତ୍ୟାନ୍ୟୁଜ) ଆସନ୍ତାକାଲି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ। ଏଥିପାଇଁ ସହରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରୀକୃଷ୍ଣଙ୍କ ଜନ୍ମ ଦିନ ପାଳନ ଲାଗି ବ୍ୟାପକ ଆୟୋଜନ ଚାଲିଛି।
ଗୋ ମନ୍ଦିର ସେବା ଟ୍ରଷ୍ଟ ପକ୍ଷରୁ ରାଉରକେଲା ୧୪ ନମ୍ବର ସେକ୍ଟର
‘ ନନ୍ଦଗାଁ ଗୋଶାଳା ‘ ରେ ଜନ୍ମାଷ୍ଟମୀ ଜାକ ଜମକରେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଟ୍ରଷ୍ଟ ପକ୍ଷରୁ ଛେଣ୍ଡ୍ ସ୍ଥିତ ଗୃହସ୍ଥୀ ଗୋଶାଳା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଜନ୍ମାଷ୍ଟମୀ ରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ବିଶଦ ଭାବେ ସୂଚନା ଦିଆ ଯାଇଥିଲା। ଆସନ୍ତାକାଲି ସାନ୍ଧ୍ୟ ସାଢେ଼ ଛଅ ଟା ସମୟରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବା ବେଳେ ରାତି ୧୨ଟା ବେଳେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ।ପାଳନ କରାଯିବ। ଏହି ସାମ୍ବାଦିକ ସମ୍ମିଳନୀ ରେ ଗୋମନ୍ଦିର ସେବା ଟ୍ରଷ୍ଟର ଅଧ୍ୟକ୍ଷ ଗଣେଶ ବଗଡିଆ ଏବଂ ସମ୍ପାଦକ ସୁବ୍ରତ ପଟ୍ଟନାୟକ ଜନ୍ମାଷ୍ଟମୀ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ।

Leave A Reply

Your email address will not be published.