ରାଉରକେଲା : ୨୪/୮(ସତ୍ୟାନ୍ୟୁଜ) ଉତ୍କଳମଣି ଗୋପବନ୍ଧୁ ଇନଷ୍ଟୀଚ୍ୟୁଟ ଅଫ ଇଞ୍ଜିନିୟରିଂ ପୁରାତନ ଛାତ୍ର ସଂଘ ପକ୍ଷରୁ ଅନୁଷ୍ଠାନର ସ୍ଥାପନା ଦିବସ ଉପଲକ୍ଷେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ଅନୁଷ୍ଠାନ ୬୨ ବର୍ଷରେ ପଦାର୍ପଣ କରୁଛି। ଏଣୁ ଏହି ଅବସରରେ ୬୨ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା।ରାଉରକେଲା ସରକାରୀ ହସପିଟାଲ ରକ୍ତ ଭଣ୍ଡାର ଅଧିକାରୀ ଶିବାର ପରିଚାଳନା କରିଥିଲେ।
ମୁଖ୍ୟ ଅତିଥି ଯୁବ ସମାଜସେବୀ ପ୍ରଫୁଲ୍ଲ ସୁନାନୀ , ସମ୍ମାନିତ ଅତିଥି ଶ୍ରୀମତୀ ପ୍ରଗତି ଦାସ, ଅଧ୍ୟକ୍ଷ ୟୁଜିଆଇ, ଦାମନ ସୋରେନ, ଅଧ୍ୟକ୍ଷ ସରକାରୀ ଆଇଟିଆଇ, ପ୍ରଶାନ୍ତ କୁମାର ବେହେରା କାର୍ଯ୍ୟକାରୀ ସଭାପତି,ୟୁଜିଆଇଇ ପୁରାତନ ଛାତ୍ର ସଂଘ ପ୍ରମୁଖ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମକୁ ଆୟୋଜନରେ ଯୁଜିଆଇଇ ପୁରାତନ ଛାତ୍ର ସଂଘ ସଭାପତି ଆଦିତ୍ୟ କୁମାର ମହାପାତ୍ର ଅଧ୍ୟକ୍ଷତାରେ ଏହି ରକ୍ତଦାନ ଶିବିରକୁ ସୁଚାରୁରୂପେ ପାଳନ କରାଯାଇଥିଲା, ଏହି ଶିବିରକୁ ସାଧାରଣ ସମ୍ପାଦକ ଶୁଭେନ୍ଦୁ ପଣ୍ଡା, ଉପସଭାପତି ବୈଲୋଚନ ସାମଲ, ପ୍ରଫୁଲ୍ଲ ପ୍ରଧାନ, ଲଳିତେନ୍ଦୁ ମିଶ୍ର,ସମ୍ପାଦକ ତାପସ ଜେନା, ଅନାଦି ବିଶ୍ୱାଳ, ନୀଳାମ୍ବର ମୋହାଳିକ, କୋଷାଧକ୍ଷ ପ୍ରଭାତ ତ୍ରିପାଠୀ, ସହ କୋଷାଧକ୍ଷ ମନୋଜ ମହନ୍ତ, କାର୍ଯ୍ୟକାରୀ ସଦସ୍ୟ ପଙ୍କଜ ସାମନ୍ତ, ସୁଭାଷିନୀ ଜେନା ରବୀନ୍ଦ୍ର ଘଡ଼ାଇ,ଅମର ସାହୁ, ଶିବ ପ୍ରସାଦ ସାହୁ, ଜଗନ୍ନାଥ ଜେନା, ଛବିତା ଦାସ, ପାଣ୍ଡୁ ମୁଣ୍ଡା ଓ ୟୁଜିଆଇଇ ର ତୃତ୍ତିୟ ବର୍ଷ ର ଛାତ୍ର ଅନିଲ ମେହେର,ଅଭିଳାଷ କୁଜୁର,ଓଁ ପ୍ରକାଶ ମହାନ୍ତି,ଅନୁପ ମିଂଜ଼,ଚନ୍ଦ୍ର ଶେଖର ସାମଲ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ଓ ଶିବିର କୁ ସଫଳ କରିବାରେ ସହଯୋଗ କରିଥିଲେ |ଏହି କାର୍ଯ୍ୟକ୍ରମକରେ ପ୍ରସନ୍ନ ଆଚାର୍ଯ୍ୟ ମଞ୍ଚ ପରିଚାଳନା କରିଥିଲେ