ବଣାଇ : ଗୁରୁଣ୍ଡିଆ ବ୍ଲକ ରେ ସ୍କୁଲ ର ଶୋଚନୀୟ ଅବସ୍ଥା।। ଅନ୍ୟତ୍ର ପଢିବାକୁ ସ୍କୁଲ ଛାଡୁଛନ୍ତି ଛାତ୍ରଛାତ୍ରୀ।

0 391

ବଣାଇ : ୨୪/୮(ସତ୍ୟାନ୍ୟୁଜ) ସରକାରଙ୍କ ଶିକ୍ଷା ଦାନ ଉପରେ ମାଳ ମାଳ ଯୋଜନା ଥିବା ବେଳେ ଏବେବି ଶୋଚନୀୟ ଅବସ୍ଥାରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ। ପ୍ରଶାସନକୁ ବାରମ୍ବାର ଜଣାଇବା ପରେ ମଧ୍ୟ ନଜର ପଡୁନି ପ୍ରଶାସନର। ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ବୁର୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅବସ୍ଥା ଶୋଚନୀୟ ଅବସ୍ଥାରେ ଅଛି। ୧୯୫୦ ମସିହାରେ ସ୍ଥାପନ ହୋଇ ଥିଲା ଏହି ବିଦ୍ୟାଳୟ। ଏବେ ବିଦ୍ୟାଳୟର ଅବସ୍ଥା ଏପରି ଅଛି ଯେ ଛାତ୍ରଛାତ୍ରୀ ମାନେ ଭୟରେ ପାଠପଢା ଛାଡି ଅନ୍ୟ ବିଦ୍ୟାଳୟକୁ ଚାଲିଯାଉଛନ୍ତି। ଶିକ୍ଷକଙ୍କ କହିବାନୁସାରେ ପୂର୍ବରୁ ଉପଜିଲ୍ଲାପାଳଙ୍କୁ ଲିଖିତ ଆକାରରେ ଜଣାଇ ଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆ ଯାଇନାହିଁ। ସ୍କୁଲ ମରାମତି ପାଇଁ ପାଣ୍ଠି ମଧ୍ୟ ଆସିଛି । ନୂତନ ସ୍କୁଲ ଘର ନିର୍ମାଣ ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ସ୍କୁଲ ଶିକ୍ଷକ ଏବଂ ଅଭିଭାବକ ମାନେ ଦାବି କରିଛନ୍ତି।

Leave A Reply

Your email address will not be published.