ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଲମ୍ପିଆନ୍ ଅମିତ୍ ରୋହିଦାସ ଙ୍କୁ ସମ୍ବର୍ଦ୍ଧନା।

0 422

ସୁନ୍ଦରଗଡ଼ ର ସୁନା ପୁଅ ଅମିତକୁ ସମ୍ବର୍ଦ୍ଧନା ।

ସୁନ୍ଦରଗଡ଼ : ୨୩/୮(ସତ୍ୟାନ୍ୟୁଜ) ନିଜ ଜନ୍ମ ମାଟିରେ ସମ୍ବର୍ଦ୍ଧିତ ହେଲା ପରେ ଶୁକ୍ରବାର ଦିନ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ହକି ତାରକା ତଥା ଆଲିମ୍ପିଆନ ଅମିତ୍ ରୋହିଦାସ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ପ୍ରଥମେ ସ୍ଥାନୀୟ ସର୍କିଟ ହାଉସ ଠାରୁ ଏକ ଶୋଭାଯାତ୍ରାରେ ଅମିତଙ୍କୁ ଏକ ଖୋଲା ଜିପ୍ ରେ ସହର ପରିକ୍ରମା କରି ବିକାଶ ଭବନ ଠାରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ତାଙ୍କୁ ଫୁଲ ତୋଡା ଦେଇ ସମ୍ବର୍ଦ୍ଧିତ କରିଥିବା । ଏସପି ପ୍ରତ୍ୟୁଷ ଦିବାକର ଉତ୍ତରୀୟ ଦେଇ ଅମିତଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଜିଲ୍ଲାପାଳ ଆଜି ର ମୃହୁର୍ତ୍ତକୁ କଥା ରେ କହିହେବ ନାହିଁ , ଏହାକୁ କେବଳ ଅନୁଭବ କରିହେବ ବୋଲି କହିଥିଲେ । ଅମିତ୍ ମଧ୍ୟ ତାଙ୍କ ଜୀବନ ବ୍ୟାଖ୍ୟା କରିଥିଲେ । ସେ କିପରି ଛୋଟ ବେଳୁ ହକି ଖେଳ ଆରମ୍ଭ କରିଥିଲେ ଏବଂ କେତେ ସଂଘର୍ଷମୟ ଥିଲା ଆଲିମ୍ପିକ ପର୍ଯ୍ୟନ୍ତ ଯାତ୍ରା ସେ ବାବଦରେ କହିଥିଲେ। ନିଜ ମାଟି ରେ ସମ୍ବର୍ଦ୍ଧିତ ହୋଇ ଗର୍ବ ଅନୁଭବ କରିଥିବା ସେ କହିଛନ୍ତି ।

Leave A Reply

Your email address will not be published.