ରାଉରକେଲା : ଆଲମ୍ପିଆନ୍ ଅମିତ୍ ରୋହିଦାସ ଙ୍କୁ ରାଉରକେଲାରେ ଭବ୍ୟ ସ୍ବାଗତ।। ହକି ଛକ ରୁ ଶୋଭାଯାତ୍ରା , ପାନପୋଷ ସ୍ପୋର୍ଟସ ହଷ୍ଟେଲରେ ସ୍ବାଗତ ସମାରୋହ।

0 395

ଅମିତ ରୋହିଦାସ ଙ୍କୁ ରାଉରକେଲାରେ ଭବ୍ୟ ସ୍ବାଗତ
ରାଉରକେଲା : ୨୩/୮(ସତ୍ୟାନ୍ୟୁଜ) ଅଲିମ୍ପିଆନ ହକି ଖେଳାଳୀ ଅମିତ ରୋହିଦାସ ଙ୍କୁ ରାଉରକେଲାରେ ଭବ୍ୟ ସ୍ବାଗତ କରାଗଲା l ନିକଟରେ ପ୍ୟାରିସ ଅଲିମ୍ପିକ ରେ ଭାରତୀୟ ପୁରୁଷ ହକି ଦଳ  ବ୍ରୋଞ୍ଜ୍ ପଦକ ହାସଲ କରି ଓଡିଶା ଫେରିବା ପରେ ଆଜି ଅମିତ ରୋହିଦାସଙ୍କ ପ୍ରଥମ ରାଉରକେଲା ଗସ୍ତ ଥିଲାା
ଏହି ଅବସରରେ ପାନପୋଷ ହକି କ୍ରୀଡା ଛାତ୍ରାବାସର ଛାତ୍ର ଛାତ୍ରୀମାନେ ହକି ତାରକା ଅମିତଙ୍କୁ ପାନପୋଷ ହକି ଛକରେ ପାଛୋଟି ଏକ ଶୋଭାଯାତ୍ରା ରେ ବିଜୁପଟ୍ଟନାୟକ ଛକଦେଇ ପାନପୋଷ କ୍ରୀଡା ଛାତ୍ରାବାସ ନେଇଥିଲେ l  ଛାତ୍ରାବାସରେ ଏକ  କାର୍ଯ୍ୟକ୍ରମ ଆୟୋଜନ  କରା ଯାଇଥିଲା ା
  ଏହି ଅବସରରେ ସେ କହି ଥଲେ ଯେ  ରାଉରକେଲା ମାଟିରେ ସ୍ଵାଗତ ସମ୍ବର୍ଦ୍ଧନା ପାଇ ଗର୍ବ ଅନୁଭବ କରିବା ସହ ପାନପୋଷ କ୍ରୀଡ଼ା ଛାତ୍ରାବାସରୁ ବାହାରି ଅଲିମ୍ପିକ୍ସରେ ଲଗାତାର ଦୁଇ ଥର ପଦକ ଜିତିବାର ସୌଭାଗ୍ୟ ଅର୍ଜନ କରିଥିବାରୁ ମୁଁ ବହୁତ ଖୁସି। ଭାରତୀୟ ହକି ଦଳ ତରଫରୁ ଖେଳି ବ୍ରୋଞ୍ଜ୍ ପଦକ ଜିତି ଆଜି ମୁଁ ମୋ ରାଜ୍ଯ ପାଇଁ ମୋ ସୁନ୍ଦରଗଡ଼ ମାଟିକୁ ଗୌରବାନ୍ୱିତ କରିଥିବାରୁ ନିଜକୁ ଅତ୍ୟନ୍ତ ଧନ୍ୟ ମନେ କରୁଛି। ଆଗକୁ ମଧ୍ୟ ଏହି ପରି ଖେଳ ଜାରି ରଖି ଦେଶ ପାଇଁ ଅନେକ ସୁନାମ ଅର୍ଜନ କରିବାକୁ ଲକ୍ଷ୍ୟ ରଖିଛି ା
    ଏହା ବ୍ୟତୀତ କ୍ରୀଡା ଛାତ୍ରାବାସରେ ରହଣି ନିଜ ଅନୁଭୂତି ବିଷୟରେ ଅବଗତ କରାଇଥିଲେ  ଓ  ମୁ ନିଜ ଘରକୁ ଆସିଛି ପରି ଲାଗୁଛି ବୋଲି କହିଥିଲେ ା ଏହା ବ୍ୟତୀତ ପ୍ୟାରିସ ଅଲିମ୍ପିକରେ ଭାରତର ବ୍ରୋଞ୍ଚ ପଦକ ହାସଲ କରିବାର ପରଶ୍ରମ ଓ ପଦକ ହାସଲ କରିବା ପରର ଅନୁଭୁତି ଯୁବ େଖଳାଳୀ ମାନଙ୍କୁ  ଅବଗତ କରାଇ ଥିଲେ l ସେ କହିଥିଲେ ଯେ କୋଚ  ଯାହା ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି ତାକୁ ଧ୍ୟାନଦଇ କି ଶିଖ ା କଠିନ ପରିଶ୍ରମ ଓ ନିୟମିତ ଅଭ୍ୟାସ ଯୋଗୁଁ ହିଁ ଜଣେ ଭଲ ଖେଳାଳୀ ହୋଇପାରିବ ବୋଲି କହିଥିଲେ ା ସେ ସ୍ଵାଗତ ସମ୍ବର୍ଦ୍ଧନାରେ ସାମିଲ ହୋଇଥିବା ସମସ୍ତ ଖେଳାଳିଙ୍କ ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଥିଲେ ା
ଏହି କାର୍ଯ୍ୟକ୍ରମରେ ଡେପୁଟି ଡାଇରେକ୍ଟର କ୍ରୀଡା  ସୁଦିପ୍ତ ନାୟକ , ପୂର୍ବତନ ବରିଷ୍ଠ ହକି କୋଚ ସେଲଭେଷ୍ଟର ଟୋପ୍ପୋ, ବରିଷ୍ଠ ପ୍ରଶିକ୍ଷକ କେ ସି ଚୌଧୁରୀ,  ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୀମା ଫାତିମା ଏକ୍କା ସମେତ ବରିଷ୍ଠ ଖେଳଳୀ ଓ କୋଚ ଉପସ୍ଥିତ ଥିଲେ ା
ଅଲିମ୍ପିଆନ ହକି ଖେଳାଳୀ ଲାଜରୁସ ବାର୍ଲା ଧନ୍ୟବାଦ ଅର୍ପଣ କରଥିଲେ ା ନିଖିଳ କଳାକାର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା  କରିଥିଲେ ା

Leave A Reply

Your email address will not be published.