ରାଉରକେଲା : ସ୍ମାର୍ଟ ସିଟି ଲିମିଟେଡ୍ ର ୨୭ତମ ବୋର୍ଡ ଅଫ ଡାଇରେକ୍ଟର ବୈଠକ ଅନୁଷ୍ଠିତ।। ନିର୍ମାଣଧିନ ପ୍ରକଳ୍ପ ଗୁଡ଼ିକର ସମୀକ୍ଷା।

0 484

ରାଉରକେଲା ସ୍ମାର୍ଟ ସିଟି ଲିମିଟେଡର ୨୭ତମ ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ଅନୁଷ୍ଠିତ

ରାଉରକେଲା : ୨୩/୮(ସତ୍ୟାନ୍ୟୁଜ) ଆଜି ରାଉରକେଲା ସ୍ମାର୍ଟ ସିଟି ଲିମିଟେଡର ୨୭ତମ ନିର୍ଦ୍ଦେଶକ ମଣ୍ଡଳୀ (ବୋର୍ଡ ଅଫ୍ ଡାଇରେକ୍ଟର) ବୈଠକ ଅନୁଷ୍ଠିତ ହୋଇଯାଇଛି। ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ଓ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ ଅଧୀନରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇ ସହରର ବିକାଶକୁ କିପରି ଶୀର୍ଷରେ ପହଞ୍ଚାଯାଇ ପାରିବ ସେ ଉପରେ ଆଲୋଚନା କରାଯାଇଥିଲା।

ଏହି ବୈଠକରେ ସହରରେ କାର୍ଯ୍ୟକାରୀ କରାଯାଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଗୁଡ଼ିକର ସମୀକ୍ଷା କରାଯାଇଥିଲା। କାର୍ଯ୍ୟକାରୀ ପ୍ରକଳ୍ପ ଗୁଡ଼ିକର ରକ୍ଷଣାବେକ୍ଷଣା ସହ ଏଗୁଡ଼ିକୁ ଉପଯୋଗ କରି କିପରି ଭାବେ ସରକାର ଅଧିକରୁ ଅଧିକ ରାଜସ୍ଵ ପାଇ ପାରିବେ ସେ ନେଇ ଆଲୋଚନା କରାଯାଇଥିଲା। ଏଥି ସହ ନିର୍ମାଣାଧୀନ ପ୍ରକଳ୍ପ ଗୁଡ଼ିକର ଅଗ୍ରଗତିର ସମୀକ୍ଷା କରାଯିବା ସହ ପ୍ରକଳ୍ପ କାର୍ଯ୍ୟରେ ସ୍ରୁଷ୍ଟି ସମସ୍ୟାକୁ ଦୂର କରି ସେଗୁଡିକୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ। ସେଥିମଧ୍ୟରେ ଇଣ୍ଟିଗ୍ରେଟେଡ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର, ରାଉରକେଲା ୱାନ୍, କୋଏଲ ନଗର ଠାରେ ନିର୍ମାଣାଧୀନ ବିଗ୍ ରିକ୍ରିଏସନାଲ ପାର୍କ ପ୍ରକଳ୍ପ ଗୁଡ଼ିକର ଅଗ୍ରଗତିର ସମୀକ୍ଷା କରିବା ସହ ପ୍ରସିଦ୍ଧ ବେଦବ୍ୟାସ ପୀଠର ଉନ୍ନତିକରଣ ଉପରେ ଆଲୋଚନା କରାଯାଇଥିଲା।

ଏହି ବୈଠକରେ ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ମନୋଜ ସତ୍ୟୱାନ ମହାଜନ, ରାଉରକେଲା ସ୍ମାର୍ଟ ସିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣିଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.