ଢେଙ୍କାନାଳ : ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ , ହତ୍ୟା ଘଟଣାର ବିରୋଧ।। ଢେଙ୍କାନାଳ ଇନର ହ୍ବିଲ୍ କ୍ଲବ୍ ତରଫରୁ ପ୍ରତିବାଦ ଶୋଭାଯାତ୍ରା।
ଢେଙ୍କାନାଳ : ୨୩/୮(ସତ୍ୟାନ୍ୟୁଜ)(ଶୁଭମ୍ ପାଣି) କୋଲକତା ଆର୍ ଜି କର ମେଡିକାଲ୍ କଲେଜ ଏବଂ ହସ୍ପିଟାଲ୍ ରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏଵଂ ହତ୍ୟା ଘଟଣାକୁ ଢେଙ୍କାନାଳରେ ବିରୋଧ କରାଯାଇଛି। ଆଜି ଢେଙ୍କାନାଳର ଇନର ହୁଇଲ କ୍ଲବ୍ ତରଫରୁ ଏକ ପ୍ରତିବାଦ ଶୋଭାଯାତ୍ରାର ଆୟୋଜନ କରା ଯାଇ ଥିଲା।
ଶୋଭାଯାତ୍ରାଟି ବସ ଷ୍ଟାଣ୍ଡ ନିକଟସ୍ଥ ହନୁମାନ ବାଟିକାରୁ ଆରମ୍ଭ ହୋଇ ଟାଉନ ହଲ୍ ପର୍ଯ୍ୟନ୍ତ ଯାଇଥିଲା । ପରେ ଜିଲ୍ଲାପାଳଙ୍କ ଅଫିସ ନିକଟରେ ମହମବତୀ ପ୍ରଜ୍ବଳିତ କରାଯିବା ସହ ନୀରବ ପ୍ରାର୍ଥନା କରାଯାଇଥିଲା। ସମସ୍ତ ସଦସ୍ୟ ମହିଳା ଡାକ୍ତରଙ୍କ ଉଦ୍ଦେଶ୍ୟ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଅପରାଧୀକୁ ଉଚିତ ଦଣ୍ଡବିଧାନ କରା ଯାଇ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରାଯିବା ଓ ନାରୀ ସୁରକ୍ଷା ନିମନ୍ତେ ନୂତନ ଆଇନ ପ୍ରଣୟନ କରିବାକୁ ମଧ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଇନର ହୁଇଲ କ୍ଲବ୍ ର ସଭାନେତ୍ରୀ, ସମ୍ପାଦିକା,ଏଡିଟର, କୋଷାଧ୍ୟକ୍ଷାଙ୍କ ସମେତ ଅନ୍ୟ ସଦସ୍ୟା ବୃନ୍ଦ, ଢେଙ୍କାନାଳ ରାଜ ପରିବାରର ସଦସ୍ୟା , ରୋଟାରୀ କ୍ଲବ୍ , ମାରୱାଡି ମହିଳା ସମିତି,
ରୋଟାରା କ୍ଟ କ୍ଲବ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଓ ସଦସ୍ୟା,
ବିଶ୍ୱ କୁନ୍ତଳ ଶିଶୁଗୃହର ସେକ୍ରେଟାରୀ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଏବଂ ସର୍ବୋଦୟ କର୍ମୀମାନେ ଯୋଗ ଦେଇ ଥିଲେ।
ଏହି ଘଟଣାର ତୀବ୍ର ନିନ୍ଦା କରାଯିବା ସହ ନାରୀ ସୁରକ୍ଷା ଦିଗରେ ସରକାର ବିଶେଷ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଥିଲା।
ଢେଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ