ରାଉରକେଲା : ବ୍ରିଜ ତଳକୁ ଓଲଟିଲା ପିକ୍ ଅପ୍ ଭ୍ୟାନ।। ଭ୍ୟାନ ରେ ଗୋମାଂସ ଚାଲାଣ ହେଉଥିବା ଅଭିଯୋଗ।। ପୋଲିସ ତଦନ୍ତ ଜାରି
ଲହୁଣୀପଡା : ୨୩/୮ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ଅଞ୍ଚଳରୁ ରାଉରକେଲା ଯାଉଥିବା ଏକ ପିକଅପ ଭ୍ୟାନ୍ ଦର୍ଜିଂ ବ୍ରିଜ ନିକଟରେ ଶୁକ୍ରବାର ଦିନ ଓଲଟି ପଡିଥିଲା। ଦ୍ରୁତ ଗତିରେ ଯାଉଥିବାରୁ ଏହି ଦୁର୍ଘଟଣା ଘଟିଥିବା କୁହା ଯାଉଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ମାତ୍ର ଡ୍ରାଇଭର , ହେଲ୍ପର ଗାଡ଼ିରେ ନଥିଲେ। ଯାଞ୍ଚ ସମୟରେ ଭ୍ୟାନ ରେ ଅନ୍ୟାନ୍ୟ ସାମଗ୍ରୀ ସହ ପ୍ରାୟ ଏକ କୁଇଣ୍ଟାଲ୍ ଗୋମାଂସ ଥିବା ଜଣା ପଡିଥିଲା। ପୋଲିସ ତୁରନ୍ତ ଗୋମାଂସ କୁ ମାଟିରେ ପୋତି ଦେଇଥିବା ବେଳେ ଭ୍ୟାନ୍ କୁ ଜବତ କରି ତଦନ୍ତ ଜାରି ରଖିଛନ୍ତି। ଗାଡ଼ିର ଡ୍ରାଇଭର ଫେରାର ହୋଇ ଯାଇଛି।