ବଣାଇ : ହସପିଟାଲରେ ଥିବା କାଫେରେ ନିମ୍ନ ମାନ ର ଖାଦ୍ୟ ପରିବେଷଣ ଅଭିଯୋଗ।। ଖାଦ୍ୟ ନିରାପତ୍ତା ବିଭାଗର ଯାଞ୍ଚ।

0 318

ବଣାଇ : ୨୩/୮(ସତ୍ୟାନ୍ୟୁଜ) ଜନ ସାଧାରଣ କିପରି କମ ତେଲ ମସଲା ରେ ସ୍ଵାସ୍ଥ୍ୟକର ଖlଦ୍ୟ ଖାଇବେ ସେଥି ପାଇଁ ବଣାଇ ଉପଖଣ୍ଡ ଡାକ୍ତର ଖାନରେ ଖୋଲି ଯାଇଛି ଏକ କାଫେ। କିନ୍ତୁ ଏହି ଶକ୍ତି କାଫେ କୁ ଚଳାଉ ଥିବା ଗ୍ରୁପ ନିଜର ଫାଇଦା ଲାଗି ଖାଇବା ଅନୁପ ଯୋଗୀ ବାସି ଖାଦ୍ୟ ଦେଉଥିବା ଅଭଯୋଗ ହେଉଛି। ବଞ୍ଚିଯାଇ ଥିବା ବଳକା ଖଦ୍ୟ ଗରମ କରି ଦେଉ ଥିବା ଅଭିଯୋଗ ପରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଖାଦ୍ୟର ମାନ ଯାଞ୍ଚ କରାଯାଇଥିଲା। କାଫେ ର କର୍ମଚାରୀ ନିଜ ଦୋଷ ସ୍ଵୀକାର କରି ଆଉ ଏପରି ଭୁଲ ହେବ ନାହିଁ ବୋଲି କହିଥିଲେ । ଏହି ଚଢ଼ାଉ ରେ ଖଦ୍ୟ ନିରାପତ୍ତା ଅଧିକାରୀ ପ୍ରତାପ ରୁଦ୍ର ମଣ୍ଡଳ, ଅରୁଣ କୁମାର ପାତ୍ର, କୁନ୍ଦନ ଲୁହର ପ୍ରମୁଖ ସାମିଲ ଥିଲେ।

Leave A Reply

Your email address will not be published.