ମୟୂରଭଞ୍ଜ : ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ କଲା ଯଶିପୁର ପୋଲିସ।। ୪ ଗିରଫ।। ଇନୋଭା କାର, ବାଇକ୍ ଜବତ।

0 369

ମୟୂରଭଞ୍ଜ : ୨୩/୮(ସତ୍ୟାନ୍ୟୁଜ) (ଶ୍ୟାମଲେନ୍ଦୁ ପରିଡ଼ା)
ମୟୂରଭଞ୍ଜ ଜିଲ୍ଲା ଯଶିପୁର ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଏକ ଦାମୀ ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୋଲିସ ଗୋଡେଇ ଗୋଡେଇ ପୋଲିସ ଜବତ କରିଛି ଗଞ୍ଜେଇ ଭର୍ତ୍ତି ଗାଡ଼ି। ଗଞ୍ଜେଇ ଚାଲାଣ ଅଭିଯୋଗରେ ୪ ଡ୍ରଗ ମାଫିଆ ଗିରଫ ହୋଇଛନ୍ତି।ପୋଲିସ ପକ୍ଷରୁ ପେଟ୍ରୋଲିଙ୍ଗ ଚାଲିଥିବା ବେଳେ ଗଞ୍ଜେଇ ଚାଲାଣ ବାବଦରେ ସୂଚନା ଆସିଥିଲା। ଫୁଲବାଣୀ ରୁ ବାରିପଦା ଅଞ୍ଚଳକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜଣା ପଡ଼ିଛି। ଗିରଫ ଅଭିଯକ୍ତଙ୍କ ନିକଟରୁ ୪୦ କେଜି ଗଞ୍ଜେଇ ଜବତ କରା ଯାଇଛି। ଏହାର ଆନୁମାନିକ ମୂଲ୍ୟ ୪ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି କୁହା ଯାଉଛି। ଏହା ସହ ପୋଲିସ ଏକ ଇନୋଭା ଗାଡ଼ି , ବାଇକ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି।

ମିଳିଥିବା ସୂଚନା ଅନୁଯାୟୀ ଗଞ୍ଜେଇ ଚାଲାଣ ଖବର ପାଇବା ପରେ ୪୯ ନଂ ଜାତୀୟ ରାଜପଥ କଡ଼ରେ ଯଶିପୁର ପୋଲିସ ଛକି ବସିଥିଲା, ହଠାତ୍ ପୋଲିସ୍ କୁ ଦେଖି ମାଫିଆ ମାନେ ଗାଡ଼ି ଦ୍ରୁତ ଗତିରେ ନେଇ ଚାଲିଯିବାକୁ ଉଦ୍ୟମ କରୁଥିବା ବେଳେ ଯଶିପୁର ପୋଲିସ ଥାନା ଅଧିକାରି ସଂଯୁକ୍ତା ମହାଳିକଙ୍କ ସଦଳବେଳେ ସେମାନଙ୍କୁ ଛେଳିଗୋଦଳି ନିକଟରେ ଧରିବାରେ ସଫଳ ହୋଇଥିଲେ । ଗିରଫ ଅଭିଯୁକ୍ତ ମାନେ ହେଲେ ଗୋଛାପଡା ଥାନା ଅନ୍ତର୍ଗତ କ୍ରାନ୍ଦିବାଲି ଗ୍ରାମର ଦିଲ୍ଲୀପ କୁମାର କହଁର , ଦାବିଲାଳି ଗ୍ରାମର ଟିଟୋ କାହ୍ନର , ଜଗନ୍ନାଥ କାହ୍ନର , ଓ଼ ସୁଶାନ୍ତ କୁମାର କାହ୍ନର। ସମସ୍ତ ଅଭିଯୁକ୍ତ କନ୍ଧମାଳ ଜିଲ୍ଲାର ବୋଲି ଜଣା ପଡିଛି |ସେମାନଙ୍କ ପାଖରୁ ୪୦ କେଜି ରୁ ଉର୍ଦ୍ଧ ଗଞ୍ଜେଇ ଜବତ ହୋଇଥିବା ବେଳେ ଭୋଟର କାର୍ଡ,୨ଟି ଆଧାର କାର୍ଡ, ୩ଟି ଏଟିଏମ, ଡ୍ରାଇଭିଙ୍ଗ ଲାଇସେନ୍ସ, ଏସ.ବି.ଆଇ ଗ୍ରୀନ କାର୍ଡ, HDFC ଭିଶା କାର୍ଡ ନଗଦ ୭୯୦ ଟଙ୍କା ସହିତ ଏକ ହିରୋହୁଣ୍ଡା ମଟର ସାଇକେଲ, ଏକ ଟୋୟଟା ଇନଭା କାର ଜବତ କରିଥିବା ଜଣା ପଡିଛି | ଗଞ୍ଜେଇର ଆନୁମାନିକ ମୂଲ୍ୟ ୪ଲକ୍ଷ ୫୦ ହଜାର ହେବ ବୋଲି ଜଣା ପଡିଛି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରା ଯାଇଛି। ଏ ନେଇ ଯଶିପୁର ପୋଲିସ କେସ ନମ୍ବର ୨୦୭/୨୧ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଛି । କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର ଏକ ସାମ୍ବାଦିକ ସମିଳନୀ ଜରିଆରେ ଏହି ସୂଚନା ଦେଇଛନ୍ତି |

Leave A Reply

Your email address will not be published.