ସୁନ୍ଦରଗଡ଼ : ଜିଲ୍ଲାରେ ପିଏମ୍ ଜନ ମନ ଯୋଜନାର ଶୁଭାରମ୍ଭ।। ଜିଲ୍ଲାପାଳ ମନୋଜ ସତ୍ୟବାନ୍ ଶୁଭାରମ୍ଭ କଲେ।

0 306

ସୁନ୍ଦରଗଡ଼: ୨୩/୮(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଆଜି ପି ଏମ ଜନ ମନ ଯୋଜନାର ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲାପାଳ ମନୋଜ ସତ୍ୟବାନ୍ ମହାଜନ ଏହାକୁ ବିଧିବଦ୍ଧ ଭାବରେ ଶୁଭାରମ୍ଭ କରିଥିଲେ । ଏଥିରେ ଜିଲ୍ଲା ରେ ଥିବା ଆଦିମ ଜନଜାତି ଯେଉଁ ମାନେ ବିକାଶ ଠାରୁ ଦୂରରେ ରହିଛନ୍ତି ତାଙ୍କ ନିକଟକୁ ଯାଇ ସରକାରଙ୍କ ସମସ୍ତ ଯୋଜନା ସମ୍ପର୍କ ରେ ସଚେତନ କରାଇବା ସହ ସେଠାରେ ଏକ ମାସ କ୍ୟାମ୍ପ କରି ଜନଜାତି ଙ୍କୁ ସମସ୍ତ ସରକାରୀ ସୁବିଧା ଯୋଗାଇଦେବା ଉଦ୍ଦେଶ୍ୟ ରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସୁନ୍ଦରଗଡ଼ ଜିଲ୍ଲାରେ ପାଉଡି ଭୂୟାଁ ଜନଜାତି ଲହୁଣୀପଡ଼ା ବ୍ଲକ ର ୫୨ ଟି ଗାଁରେ ରହିଛନ୍ତି । ସେମାନଙ୍କ ନିକଟ କୁ ପ୍ରଶାସନ ଯାଇ ଗାଁ ର ବିକାଶ କରିବା ସହ ତାଙ୍କୁ ସମସ୍ତ ପ୍ରକାର ପ୍ରମାଣ ପତ୍ର ଯଥା ଜନ୍ମ ଓ ମୃତ୍ୟୁ , ଆଧାର କାର୍ଡ , ଜଙ୍ଗଲ ଜମି ପଟ୍ଟା, ରାସନ୍ କାର୍ଡ ଆଦି ଦିଆଯିବ। ପ୍ରାଥମିକ ପର୍ଯ୍ୟାୟ ରେ ୪ ଟି ଗାଁ କୁ ମଡେଲ ଗାଁ ଭାବରେ ଗଢି ତୋଳିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.