ରାଉରକେଲା : କେନ୍ଦ୍ରୀୟ ପୂଜା କମିଟି ଲାଗି ନିର୍ବାଚନ ପ୍ରକ୍ରିୟା ଆରମ୍ଭ।। ସେପ୍ଟେମ୍ବର ୧୫ ତାରିଖରେ ହେବ ନିର୍ବାଚନ।

0 789

୧୫ ସେପ୍ଟେମ୍ବର ରେ ହେବ କେନ୍ଦ୍ରୀୟ ପୂଜା କମିଟିର  ନିର୍ବାଚନ 

ରାଉରକେଲା :  ୨୨/୮(ସତ୍ୟାନ୍ୟୁଜ) ଦୁର୍ଗାପୂଜା, କାଳୀପୂଜା ଓ ଲକ୍ଷ୍ମୀ ପୂଜା ର
ସୁପରିଚାଳନା ନିମନ୍ତେ ଗଠିତ କେନ୍ଦ୍ରୀୟ ପୂଜା କମିଟି,(ସିପିସି) ରାଉରକେଲା ର ବର୍ଷ ୨୦୨୪-୨୫ ପାଇଁ ସାଧାରଣ ସଚିବ  ଓ କୋଷାଧ୍ୟକ୍ଷ ନିର୍ବାଚନ ୧୫ ସେପ୍ଟେମ୍ବର ରେ ଅନୁଷ୍ଠିତ ହେବ l ଅତିରିକ୍ତ ଜିଲ୍ଲାପାଳ ତଥା ସିପିସି ଅଧ୍ୟକ୍ଷ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଆରଏମସି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କେନ୍ଦ୍ରୀୟ ପୂଜା କମିଟିର ବୈଠକରେ ଏହା ନିଷ୍ପତି ନିଆଯାଇଛି l  କେନ୍ଦ୍ରୀୟ ପୂଜା କମିଟି ରାଉରକେଲାକୁ ୩ଟି ଜୋନ ଯଥାକ୍ରମେ ସିଭିଲ ଟାଉନଶିପ ଜୋନ, ଷ୍ଟିଲ ଟାଉନଶିପ ଜୋନ ଓ ଫର୍ଟିଲାଇଜର ଟାଉନଶିପ ଜୋନ ରେ ଭାଗ କରା ଯାଇଛି l  ଏହି ତିନିଟି ଜୋନ ପାଇଁ ମଧ୍ୟ ଉକ୍ତ ଦିନ ଉପ ସଭାପତି, ଯୁଗ୍ମ ସଚିବ ଓ  ୨ ଜଣ କାର୍ଯ୍ୟକାରୀ ସଦସ୍ୟ ନିର୍ବାଚନ କରାଯିବ l ଏହି ନିର୍ବାଚନ ରେ ଛିଡା ହେବା ପାଇଁ ଇଛୁକ ପ୍ରାର୍ଥୀ ମାନେ ୧ ସେପ୍ଟେମ୍ବର ସକାଳ ୧୦ ଘଟିକାରୁ ୩ ଘଟିକା ପର୍ଯ୍ୟନ୍ତ ଆଇଟିଡିଏ ସମ୍ମିଳନୀ କକ୍ଷରେ ନାମାଙ୍କନ ଦାଖଲ କରି ପାରବେ l  ପ୍ରାର୍ଥୀପତ୍ର ଦାଖଲ କଲାପରେ ସଂଧ୍ୟା ୪ ରୁ ୫ ଘଟିକାରେ ପ୍ରାର୍ଥୀପତ୍ର ଯାଂଚ କରାଯିବ l ୨ ସେପ୍ଟେମ୍ବର ଦିିନ ୧୦ ଘଟିକାରୁ ୧ ଘଟିକା ଯାଏଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇପାରିବ ଏବଂ ସଂଧ୍ୟା ୫ଟା ରେ ଚୂଡାନ୍ତ ତାଲିକା ପ୍ରକାଶିତ ହେବ l
ରାଉରକେଲାର ପ୍ରତ୍ୟେକ ପୂଜା କମିଟି ର ସଭାପତି କିମ୍ବା ସଚିବ ସାଧାରଣ ସଚିବ ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ ପାଇଁ ଯୋଗ୍ୟ l  ପ୍ରତ୍ୟେକ ପୂଜା କମିଟିର ସଭାପତି କିମ୍ବା ସଚିବ ନିର୍ବାଚନ ରେ ମତଦାନ କରି ପାରିବେ l
ନିର୍ବାଚନ ଦିନ ୧୫ ସେପ୍ଟେମ୍ବର ସକାଳ ୯ ଘଟିକାରୁ ୩ ଘଟିକା ପର୍ଯ୍ୟନ୍ତ ଆଇଟିଡିଏ ସମ୍ମିଳନୀ କକ୍ଷରେ ମତଦାନ ହେବ l
ଅପରାହ୍ନ ୪ ଘଟିକାରେ ଭୋଟ ଗଣତି ଏବଂ ସଂଧ୍ୟା ୫ ଘଟିକାରେ  ନିର୍ବାଚନର ପରିଣାମ ଘୋଷଣା କରାଯିବ l

କେନ୍ଦ୍ରୀୟ ପୂଜା କମିଟିର ନିର୍ବାଚିତ ନୂତନ ସଦସ୍ୟ ଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର ୨୦୨୪ ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦୨୫ ଯାଏଁ  ରହିବ l
ଏହା ବ୍ଯତୀତ ବୈଠକରେ ପୂର୍ବ କମିଟି ସଦସ୍ୟମାନଙ୍କ ଦ୍ବାରା ପ୍ରତିବର୍ଷ  ଆୟୋଜନ ହେଉଥବା ସିପିସି ନାଇଟ କାର୍ଯ୍ୟକ୍ରମ ୬ ଅକ୍ଟୋବର ପୂର୍ବରୁ ଆୟୋଜନ କରିବାକୁ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି l

ଏହି ବୈଠକରେ ଉପଜିଲ୍ଲାପାଳ ପାନପୋଷ ବିଜୟ କୁମାର ନାୟକ ସମେତ ବିଭିନ୍ନ କମିଟିର ସଦସ୍ୟ ଉପସ୍ଥିତ ଥିଲେ l

Leave A Reply

Your email address will not be published.