ସୁନ୍ଦରଗଡ଼ : ଆଲମ୍ପିଆନ୍ ହକି ତାରକା ଅମିତ୍ ରୋହିଦାସ ଙ୍କୁ ଜନ୍ମ ମାଟିରେ ସ୍ବାଗତ ସମ୍ବର୍ଦ୍ଧନା।। ୪୧ ବର୍ଷ ପରେ ଅଲମ୍ପିକ୍ ହକିରେ ମେଡାଲ ପାଇଥିବାରୁ ବେଶ୍ ଖୁସି ଥିଲେ ଅମିତ୍।

0 487

ସୁନ୍ଦରଗଡ଼ : ୨୨/୮(ସତ୍ୟାନ୍ୟୁଜ) ସେତେ ବେଳେ ଥିଲା ଅତି ଭାବବିହ୍ବଳ ସମୟ। ଯେତେ ବେଳେ ହକି ତାରକା ଅମିତ୍ ରୋହିଦାସ ନିଜ ମା ଙ୍କୁ ବେକରୁ କାଢି ପିନ୍ଧାଇ ଦେଲେ ଅଲମ୍ପିକ୍ ମେଡାଲ। ଆଜି ନିଜ ଗାଁ ମାଟିରେ ଅଲିମ୍ପିକ ବ୍ରୋଞ୍ଜ ମେଡ଼ାଲିଷ୍ଟ ଅମିତ ରୋହିଦାସ ପହଞ୍ଚିବା ପରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ଗୁରୁବାର ସକାଳେ ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ ସଉନାମୁରା ଗାଁରେ ପହଞ୍ଚି ଥିଲେ ଅମିତ। ଜନ୍ମ ମାଟିରେ ପହଞ୍ଚିବା ପରେ ଗାଁ ମୁଣ୍ଡରୁ ତାଙ୍କୁ ସ୍ଵାଗତ କରି ନେଇଥିଲେ ଗାଁ ଲୋକେ ଏବଂ ପରିବାର ବର୍ଗ । ସଙ୍ଗେ ସଙ୍ଗେ ନାଚ ଗୀତରେ କମ୍ପି ଗଲା ଗାଁ ପରିବେଶ। ଘରେ ଘରେ ଦେଖାଗଲା ଖୁସି ର ମାହୋଲ । ଘରେ ତାଙ୍କୁ ବନ୍ଦାପନା କରି ସ୍ବାଗତ କରିଥିଲେ ତାଙ୍କ ମାଆ । ତାପରେ ଅମିତ୍ ତାଙ୍କ ମା’ ଙ୍କୁ ବେକରୁ କାଢି ପିନ୍ଧାଇ ଦେଲେ
ଆଲମ୍ପିକ୍ ରୁ ପାଇଥିବା ମେଡାଲ। ୪୧ ବର୍ଷ ପରେ ଆଲମ୍ପିକ୍ ହକିରେ ମେଡାଲ ପାଇଥିବାରୁ ଅମିତ୍ ବେଶ ଖୁସି ଥିଲେ ବୋଲି କହିଥିଲେ। ତେବେ ସେମି ଫାଇନାଲ ପୂର୍ବରୁ ହାରି ଯାଇଥିବାରୁ ସେ ବେଶ ଦୁଃଖିତ ଥିବା କହିଛନ୍ତି।

ଘର ଲୋକମାନେ ଅମିତ୍ ଙ୍କୁ ବନ୍ଦାପନା କଲାପରେ ଗ୍ରାମବାସୀ ମାନଙ୍କ ତରଫରୁ ତାଙ୍କୁ ସ୍ବାଗତ କରାଯାଇଥିଲା। ଏହା ପୂର୍ବରୁ ଗତକାଲି ଭାରତୀୟ ହକି ଦଳ ଭୁବନେଶ୍ବର ରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦଳର ସମସ୍ତ ସଦସ୍ୟଙ୍କୁ ସ୍ବାଗତ କରିଥିଲେ।

Leave A Reply

Your email address will not be published.