ରାଇରଙ୍ଗପୁର : ୨୧/୮(ସତ୍ୟାନ୍ୟୁଜ) ଆରକ୍ଷଣ ପ୍ରସଙ୍ଗ ରାୟ ର ପୁନର୍ବିଚାର ଦାବିରେ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ବିଭିନ୍ନ ଆଦିବାସୀ ସଂଗଠନ ପକ୍ଷ ରୁ ଏହି ସଂରକ୍ଷଣ ବ୍ୟବସ୍ଥାକୁ ତୀବ୍ର ବିରୋଧ କରାଯାଇଛି।l ବୁଧବାର ସକାଳ ଛଅଟା ରୁ ସଂନ୍ଧ୍ୟା ଛଅଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି l ଯାହା ଫଳରେ ସ୍କୁଲ , କଲେଜ, ଦୋକାନବଜାର ବନ୍ଦ ରହିଛି । ଯାନ ବାହାନ ଚଳାଚଳ ପ୍ରଭାବିତ ହୋଇଛି। ରାଇରଙ୍ଗପୁରରେ ବନ୍ଦ ଡାକରା ପ୍ରଭାବରେ ଜନଜୀବନ ପ୍ରବାଭିତ ହୋଇଛି l ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରା ଯାଇଛି। ଏହି ବନ୍ଦ ଡାକରାରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା , ଏସ୍ ଟି , ଏସ ସି ମୋର୍ଚ୍ଚା, ମାସା ଆର୍ମି, ମାରିସା, ବହୁଜନ ସମାଜ ପାର୍ଟି ଓ ଭୀମ ଆର୍ମି ପାର୍ଟି ସାମିଲ ହୋଇଛନ୍ତି l
ଉକ୍ତ ବନ୍ଦ ଡାକରାରେ ଜେଏମଏମ ରାଜ୍ୟ ସାଂଗଠାନିକ ସଂପାଦକ ସାଲୁ କିସ୍କୁ, ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତି, ଘନଶ୍ୟାମ ପିଙ୍ଗୁଆ, କାଳୀଚରଣ ଟୁଡୁ, ମୁଚୀରାମ ମାଝୀ, ଜଗନ୍ନାଥ ସୋରେନ ଓ ଉଦୟନାଥ ସୋରେନ ପ୍ରମୁଖ ପରିଚାଳନାରେ ଅଂଶଗ୍ରହଣ କରିଥିଲେ l
ରାଇରଙ୍ଗପୁର ରୁ ଶ୍ୟାମଳେନ୍ଦୁ ପରିଡାଙ୍କ ରିପୋର୍ଟ