ରାଉରକେଲା : ହନୁମାନ ବାଟିକା ଟ୍ରଷ୍ଟ ବୋର୍ଡ ବୈଠକ ସମ୍ପନ୍ନ।। ଟ୍ରଷ୍ଟ ସଦସ୍ୟ ଗଣେଶ ବାଗଡିଆ ସମ୍ମାନିତ।। ବାଟିକା ସୌନ୍ଦର୍ଯ୍ୟ କରଣ ଉପରେ ଗୁରୁତ୍ବ।

0 513

ରାଉରକେଲା : ୨୧/୮(ସତ୍ୟାନ୍ୟୁଜ) ଜୟ ହନୁମାନ ସମିତି ଚାରିଟେବୁଲ ଟ୍ରଷ୍ଟ ର ବୋର୍ଡ ବୈଠକ ସିଭିଲ ଟାଉନଶିପ୍ ସ୍ଥିତ ପି – ୨୫ କାର୍ଯ୍ୟାଳୟ ଅନୁଷ୍ଠିତ ହୋଇ ଯାଇଛି। ବୈଠକ ଆରମ୍ଭ ହେବା ପୂର୍ବ ରୁ ଜୟ ହନୁମାନ ସମିତି ଚାରିଟେବୁଲ ଟ୍ରଷ୍ଟ ର ସଦସ୍ୟ ଶ ଗଣେଶ ବାଗାଡ଼ିଆଙ୍କ ହନୁମାନ ବାଟିକା ପ୍ରତି ସମର୍ପିତ ଭାବନାରେ ସେବା ଯୋଗେଇଦେବା ହେତୁ ତାଙ୍କୁ ଆଜି ଟ୍ରଷ୍ଟ ର ଚେୟାରମ୍ୟାନ ଦିଲୀପ ରାୟ ପୁଷ୍ପଗୁଚ୍ଛ, ଫୋଟୋଚିତ୍ର ଓ ଉତ୍ତରୀୟ ଦେଇ ସମ୍ମାନୀତ କରିଥିଲେ ।
ଜୟ ହନୁମାନ ସମିତି ଚାରିଟେବୁଲ ଟ୍ରଷ୍ଟ ଚେୟାରମ୍ୟାନ ଦିଲ୍ଲୀପ ରାୟ ଏହି ବୈଠକ ରେ ଅଧକ୍ଷତା କରିଥିବା ବେଳେ ମୁଖ୍ୟ ପ୍ରବକ୍ତା ଭାବେ ଟ୍ରଷ୍ଟର ସେକ୍ରେଟାରୀ ଶୁଭ ପଟ୍ଟନାୟକ ଯୋଗଦେଇଥିଲେ। ବୈଠକ ରେ ଟ୍ରଷ୍ଟ ସଦସ୍ୟ ଏମ. ଦିନକାର, ଆର.ପି ଗୁପ୍ତା, ଗୌରୀ ଶଙ୍କର ଅଗ୍ରୱାଲ, ଗଣେଶ ପ୍ରସାଦ ବାଗାଡିଆ ଓ ଦିଲୀପ ଅଗ୍ରୱାଲ ଉପସ୍ଥିତ ରହି ନିଜର ମତାମତ କୁ ଉପସ୍ଥାପନା କରିଥିଲେ । ହନୁମାନ
ବାଟିକାର କିପରି ସୌନ୍ଦର୍ଯ୍ୟ କରଣ ବୃଦ୍ଧି କରାଯାଇ ପାରିବ ଏବଂ ଏହାର ରକ୍ଷଣା ବେକ୍ଷଣ ସୂଚାରୁ ରୂପେ କାର୍ଯ୍ୟକାରୀ ହେବ ସେ ବାବଦରେ ଆଲୋଚନା କରାଯାଇଥିଲା।

Leave A Reply

Your email address will not be published.