ରାଉରକେଲା : କୋଲକତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାର ଦେଶବ୍ୟାପୀ ତୀବ୍ର ପ୍ରତିବାଦ।। ରାଉରକେଲାରେ ରୋଗୀ ସେବା ବ୍ୟାହତ।
ରାଉରକେଲା : ୧୭/୮(ସତ୍ୟାନ୍ୟୁଜ) କୋଲକାତାରେ ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ନିଆଁ ସମଗ୍ର ଦେଶରେ ବ୍ୟାପିବାକୁ ଲାଗିଥିବା ବେଳେ ଏହାର ପ୍ରଭାବ ରାଉରକେଲା ସମେତ ସମଗ୍ର ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି। ୩୧ ବର୍ଷୀୟା ଟ୍ରେନି ଡ୍ରାକ୍ତରଙ୍କ ସହ ହୋଇଥିବା ଭୟଙ୍କର ନିର୍ଯାତନା ପ୍ରତିବାଦରେ ଆଜି ଇଣ୍ଡିଆନ ମେଡିକାଲ ଆସୋସିଏସନ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରୁଛି। ଏଥିଯୋଗୁ ରୋଗୀ ସେବା ଗୁରୁତର ଭାବେ ପ୍ରଭାବିତ ହେଉଛି। ରାଉରକେଲା ସହରର ସମସ୍ତ ଘରୋଇ ଡାକ୍ତରଖାନାରେ ରୋଗୀ ସେବା ବ୍ୟାହତ ହୋଇଛି। ଜରୁରୀ କାଳୀନ ସେବାକୁ ବାଦ ଦେଲେ ଓପିଡି ଏବଂ ଅନ୍ୟାନ୍ୟ ରୋଗୀ ସେବା ବନ୍ଦ ରହିଛି। ରାଉରକେଲା ସରକାରୀ ଡାକ୍ତରଖାନାରେ ସମସ୍ତ କାର୍ଯ୍ୟରତ ଡାକ୍ତର କଳା ରିବନ୍ ପିନ୍ଧି ଏହି ଘଟଣାର ପ୍ରତିବାଦ କରିଛନ୍ତି। ରୋଗୀ ସେବା ବ୍ୟାହତ ହୋଇଥିବା ବେଳେ ଆଉଟ୍ ଡୋର୍ ଏବଂ ଜରୁରୀ କାଳୀନ ଚିକିତ୍ସା ସେବା ଜାରି ରହିଛି। ଆଜି ସକାଳେ
ଆର୍ ଜି ଏଚ୍ ର ସମସ୍ତ ଡାକ୍ତର ହସ୍ପିଟାଲ ପରିସରରେ ଏକତ୍ରିତ ହୋଇ ଏହି ଜଘନ୍ୟ ଘଟଣାର ପ୍ରତିବାଦ କରିଥିଲେ। ଏହା ସହ ଡାକ୍ତର ମାନଙ୍କ ସୁରକ୍ଷା ପାଇଁ ନୂତନ ଆଇନ ଲାଗୁ ଦାବି କରିଛନ୍ତି।
ଆଜି ସକାଳ ୬ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ୨୪ ଘଣ୍ଟା କାଳ ଆନ୍ଦୋଳନ କରାଯାଉଛି। ଏହି ଧର୍ମଘଟରେ ପ୍ରଫେସର, ଡାକ୍ତର ଓ ଡାକ୍ତରୀ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି। ଏମର୍ଜେନ୍ସି ସେବା ଛାଡ଼ି ଓପିଡି, ଓଟି ଓ ଲ୍ୟାବ ସେବା ବୟକଟ ପାଇଁ ଆହ୍ବାନ ଦିଆଯାଇଛି।
ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଯୋଗୁ ଓଡ଼ିଶା ସମେତ ବି ଗୁଜରାଟ, କେରଳ, କର୍ଣ୍ଣାଟକା ସମେତ ଦେଶର ସବୁ ସହରରେ ସ୍ୱାସ୍ଥ୍ୟାବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଛି ।
ଧୀରେ ଧୀରେ ସ୍ଥିତି ବେକାବୁ ହେଉଥିବାରୁ କେନ୍ଦ୍ରୀୟ ମନ୍ତ୍ରୀ ସୁକାନ୍ତ ମଜୁମଦାର କହିଛନ୍ତି, ସିବିଆଇ ଏହି ଘଟଣାର ଯାଞ୍ଚ କରୁଛି। ଆମକୁ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ପଡ଼ିବ । ଅପରାଧ ସ୍ଥଳରେ ଥିବା ପ୍ରମାଣ ନଷ୍ଟ କରାଯାଇ ନ ଥିଲେ ସିବିଆଇ ଠିକ୍ ଭାବେ ଯାଞ୍ଚ କରି ପ୍ରକୃତ ଦୋଷୀ ନିକଟରେ ପହଞ୍ଚିବ ବୋଲି ଆଶା କରୁଛୁ।
କୋଲକତାର ଆରଜି କର କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କ ପ୍ରତି ହୋଇଥିବା କ୍ରୂରତା ସମଗ୍ର ଦେଶକୁ ଦୋହଲାଇ ରଖିଦେଇଛି। ଏହାପରେ ଗତ ୧୪ ତାରିଖ ରାତିରେ ବିକ୍ଷୋଭ ପ୍ରଦର୍ଶନକାରୀ ଛାତ୍ରଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏହା ପ୍ରତିବାଦରେ ଆମେ ଦେଶବ୍ୟାପୀ ଆଜି ସକାଳ ୬ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ଆନ୍ଦୋଳନରେ ବସିଛୁ ବୋଲି
ଆଇ ଏମ୍ ଏ ପକ୍ଷରୁ କୁହା ଯାଇଛି।