ଢେଙ୍କାନାଳ : କୋଲକତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାର ପ୍ରତିବାଦ।। ଢେଙ୍କାନାଳରେ ଡାକ୍ତରଙ୍କ ସୁରକ୍ଷା ଦାବିରେ ବିକ୍ଷୋଭ।

0 384

ଢେଙ୍କାନାଳ : ୧୭/୮(ସତ୍ୟାନ୍ୟୁଜ) କୋଲକାତାରେ ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ନିଆଁ ସମଗ୍ର ଦେଶରେ ବ୍ୟାପିବାକୁ ଲାଗିଥିବା ବେଳେ ଏହାର ପ୍ରଭାବ ଢେଙ୍କାନାଳ ସମେତ ସମଗ୍ର ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି। ୩୧ ବର୍ଷୀୟା ଟ୍ରେନି ଡ୍ରାକ୍ତରଙ୍କ ସହ ହୋଇଥିବା ଭୟଙ୍କର ନିର୍ଯାତନା ପ୍ରତିବାଦରେ ଆଜି ଇଣ୍ଡିଆନ ମେଡିକାଲ ଆସୋସିଏସନ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରୁଛି। ଏଥିଯୋଗୁ ରୋଗୀ ସେବା ଗୁରୁତର ଭାବେ ପ୍ରଭାବିତ ହେଉଛି। ଢେଙ୍କାନାଳ ସହରର ମୁଖ୍ୟ ଡାକ୍ତରଖାନାରେ ରୋଗୀ ସେବା ବ୍ୟାହତ ହୋଇଛି। ଡାକ୍ତର ମାନେ କଳା ରିବନ୍ ପିନ୍ଧି ପ୍ରତିବାଦ କରିବା ସହ ସରକାର ଡାକ୍ତର ମାନଙ୍କ ସୁରକ୍ଷା ପାଇଁ କଡ଼ା ଆଇନ୍ ପ୍ରଣୟନ ଦାବି କରିଛନ୍ତି।
ଏହି ପ୍ରତିବାଦ ଆନ୍ଦୋଳନରେ ଡକ୍ତର ମୋନିକା ପଟ୍ଟନାୟକ, ଡକ୍ତର ସୁଚିଶ୍ମିତା ଶତପଥୀ, ସୁମନ ମହାନ୍ତି, ଶ୍ୱେତା ଦେବସ୍ମିତା, ଶୁଭେଚ୍ଛା ପ୍ରଧାନ, ଆଶିଷ ଅଂଶୁମାନ, ବିବେକ ମିଶ୍ର, ଡକ୍ତର ସୁରଜ କୁମାର ଦାସ ପ୍ରମୁଖ ସାମିଲ ହୋଇଥିଲେ।

Leave A Reply

Your email address will not be published.