ରାଉରକେଲା : ରାଉରକେଲା ମହାନଗର ନିଗମ ପକ୍ଷରୁ ଜନ ଶୁଣାଣି।। ୱାର୍ଡ ନମ୍ବର ୨୩ ଓ ୨୪ ଲୋକଙ୍କ ପାଇଁ ଗୋପବନ୍ଧୁପାଲିରେ ଜନ ଶୁଣାଣି।

0 412

ଆରଏମସି ତରଫରୁ ଜନଶୁଣାଣି ଅନୁଷ୍ଠିତ

ରାଉରକେଲା : ୧୬/୮(ସତ୍ୟାନ୍ୟୁଜ) ରାଉରକେଲା ମହାନଗର ନିଗମ ତରଫରୁ ଶୁକ୍ରବାର ସ୍ଥାନୀୟ ଗୋପବନ୍ଧୁପାଲ୍ଲୀ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଜନଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତା କରି ଲୋକମାନଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଗୁଡିକ ଶୁଣିବା ସହ ଏଗୁଡ଼ିକର ତ୍ଵରିତ ସମାଧନ ପାଇଁ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଜନଶୁଣାଣିରେ ୱାର୍ଡ ନମ୍ବର ୨୩ ଓ ୨୪ ଅଧିନରେ ଥିବା ଗୋପବନ୍ଧୁପାଲ୍ଲୀ, ଟିମ୍ବର୍ କଲୋନୀରଅଭିଯୋଗକାରୀ ଶୁଣାଣି ସ୍ଥଳରେ ପହଞ୍ଚି ନିଜ ନିଜର ବିଭିନ୍ନ ଅଭିଯୋଗ ତଥା ସମସ୍ୟା ଗୁଡ଼ିକ ଦାଖଲ କରିଥିଲେ। ଏଥିରେ ମୋଟ ୨୪ଟି ଅଭିଯୋଗ ଆସିଥିବା ବେଳେ ସେଥିମଧ୍ୟରେ ଡ୍ରେନ୍ ସମସ୍ୟା, ଷ୍ଟ୍ରିଟ ଲାଇଟ, ରାସ୍ତା ନିର୍ମାଣ ଆଦି ସମସ୍ୟା ଅନ୍ତର୍ଭୁକ୍ତ ଥିଲା।

ଏଥିରେ ରାଉରକେଲା ମହାନଗର ନିଗମର ଯୁଗ୍ମ ଆୟୁକ୍ତ ଶ୍ରୀମତୀ ପଲ୍ଲବୀ ନାୟକଙ୍କ ସହ ଡେପୁଟି କମିଶନର ଶ୍ରୀମତୀ ଅନୀତା ନାୟକ, ସହକାରୀ ଆୟୁକ୍ତ ଅଜିତ କୁମାର ପଟ୍ଟନାୟକ ଏବଂ ଅନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.