ରାଉରକେଲା : ସୁନ୍ଦରଗଡ଼ ଏବଂ ରାଉରକେଲାରେ ଓରମାସ୍ ପକ୍ଷରୁ ଖୋଲା ଗଲା ରାକ୍ଷୀ ବିକ୍ରି ଷ୍ଟଲ।। ଏଠାରେ ମିଳୁଛି ହସ୍ତତନ୍ତ ପ୍ରସ୍ତୁତ ରାକ୍ଷୀ।

0 380

ରାଉରକେଲା/ ସୁନ୍ଦରଗଡ : ୧୬/୮ ः ଓରମାସ ଏବଂ ଜିଲ୍ଲା ପ୍ରଶାସନର  ପକ୍ଷରୁ ସୁ୍ନ୍ଦରଗଡ ଓ ରାଉରକେଲା ଠାରେ ସୁନ୍ଦର ହସ୍ତତନ୍ତ ତିଆରି ରାକ୍ଷୀ ବିକ୍ରି ପାଇଁ ଷ୍ଟଲ ଖୋଲା ଯାଇଛି ା ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁନ୍ତୀ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ  ଷ୍ଟଲ ଉଦଘାଟନ କରିଥିଲେ। ସୁନ୍ଦରଗଡ ଜିଲ୍ଲାର କାରିଗରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଓ କାରିଗରୀ ପ୍ରଦର୍ଶନ କରିବା ପାଇଁ ଓରମାସ ଏହି ସୁଯୋଗ ପ୍ରଦାନ କରୁଛି ବୋଲି କୁନ୍ତୀ ପ୍ରଧାନ କହିଥିଲେ | ବାଉଁଶ ଏବଂ ଟେରାକୋଟା ଉତ୍ପାଦଗୁଡ଼ିକ ବିକ୍ରୟ ପାଇଁ ଏହା ଭଲ ପ୍ଲାଟଫର୍ମ ଏହା କେବଳ ପାରମ୍ପାରିକ ହସ୍ତଶିଳ୍ପ ସଂରକ୍ଷଣ କରିବାରେ ସାହାଯ୍ୟ କରିବ ନାହିଁ ବରଂ କାରିଗର ଏବଂ ସେମାନଙ୍କ ସମ୍ପ୍ରଦାୟ ପାଇଁ ନିରନ୍ତର ଜୀବିକା ସୁଯୋଗ ମଧ୍ୟ ଯୋଗାଇବ |
ରାଉରକେଲାର ଝିରପାଣୀ ଏବଂ ସୁନ୍ଦରଗଡରେ ଏହି ଷ୍ଟଲ ଖୋଲା ଯାଇଛି ା  ଏହି ଅବସରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଦୁଃଖ ବନ୍ଧୁ ନାୟକ ବିଭାଗୀୟ ଅଧିକାରୀ  ଓ  କାରିଗରମାନେ ଉପସ୍ଥିତ ଥିଲେ ା

Leave A Reply

Your email address will not be published.