ବଣାଇ : ବଣାଇ ଉପଖଣ୍ଡରେ ହାତୀ ଉପଦ୍ରବ ଜାରି।। ନୂଆପାଲି ଅଞ୍ଚଳରେ ଘର ଭାଙ୍ଗିଲେ , ରୁଆ ଧାନ ନଷ୍ଟ କଲେ।

0 335

ବଣାଇ : ୧୬/୮(ସତ୍ୟାନ୍ୟୁଜ) ଦୁଇ ଦିନ ପୂର୍ବରୁ ବଣାଇ ଉପଖଣ୍ଡର ବରସୁଆଁ ଫରେଷ୍ଟ ରେଞ୍ଜ ରେ ହାତୀ ଘର ଭାଙ୍ଗି ଦେବାରୁ କାନ୍ଥ ତଳେ ଚାପି ହୋଇ ମା , ପୁଅଙ୍କ ମୃତ୍ୟୁ ହୋଇଥିଲା। ଏବେ ପୁଣି ଗତ କାଲି ରାତିରେ ନୂଆପାଲି ଅଞ୍ଚଳରେ ହାତୀ ପଶି ଘର ଭାଙ୍ଗି ଦେଇଛନ୍ତି। ଘର ଭାଙ୍ଗିବା ସହ ଧାନ , ଚାଉଳ ମଧ୍ୟ ନଷ୍ଟ କରି ଦେଇଛି ହାତୀ। ପରିବାର ସହ ଲୋକେ ଘରେ ଶୋଇଥିବା ବେଳେ ହାତୀ ଆକ୍ରମଣ କରିଥିଲା। ଲୋକମାନେ ଘର ଛାଡ଼ି ଦୌଡ଼ି ପାଲାଇବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କିଛି ଦିନ ପୂର୍ବରୁ
କୁଳିପୋଷ ରେଞ୍ଜର ରୁଗୁଡା ଅଂଚଳ ରେ ହାତୀ ପ୍ରାୟ ୫ଟି ଘର ଭାଙ୍ଗି ଦେଇଥିଲା। ବଣାଇ ରେଞ୍ଜର ତଳିତା, ଗୋଗୁଆ, ନୂଆପାଲି, ତେଲିଡିହି, ଧରିଣୀ ଧର ପାଲି ଅଞ୍ଚଳରେ ଏହି ଗୋଠ ଛଡା ହାତୀ ଉପଦ୍ରବ ଚଳାଇ ଆସୁଛି। ହାତୀକୁ ଘଉଡ଼ାଇବାକୁ ବନ ବିଭାଗ , ଗ୍ରାମବାସୀ ନାକେଦମ ହୋଇ ଗଲେଣି। ତଥାପି ହାତୀ ଉକ୍ତ ଅଞ୍ଚଳ ଛାଡ଼ି ଯାଉନାହିଁ। ଏବେ ଧାନ ଫସଲ ରୁଆ ଚାଲିଛି। ହାତୀ ବିଲରେ ପଶି ରୁଆ ଧାନ ନଷ୍ଟ କରି ଦେଉଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି।

Leave A Reply

Your email address will not be published.