ସୁନ୍ଦରଗଡ଼ : ୧୬/୯ (ସତ୍ୟାନ୍ୟୁଜ) ଅସରାଏ ବର୍ଷା ରେ ସୁନ୍ଦରଗଡ଼ ସହର ଜଳମଗ୍ନ ହୋଇ ପଡ଼ିଛି । ଆଜି ପୂର୍ବାହ୍ନରେ ହଠାତ୍ କଳା ମେଘ ଘୋଟି ଆସି ନିର୍ଦ୍ଧୁମ ବର୍ଷା ଛେଚିଥିଲା । ପାଖାପାଖି ୧ ଘଣ୍ଟା ପ୍ରବଳ ବର୍ଷା ହେବା ଫଳରେ ସୁନ୍ଦରଗଡ଼ ସହର କିଛି ସମୟ ପାଇଁ ସଂପୂର୍ଣ୍ଣ ଜଳମଗ୍ନ ହୋଇ ପଡିଥିଲା। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପାଣି ଲହଡ଼ି ଭାଂଗୁ ଥିବା ବେଳେ ସହର ସମସ୍ତ ରାସ୍ତା ଉପରେ ପାଣି ଭରି ଯାଇଥିଲା। ବିଶେଷ ଭାବରେ ସହରର ବିଜୟା ଟକିଜ ରୋଡ ,
ଆର ଆର ଆଇ ଟି କଲୋନୀ , ରିଜେଣ୍ଟ ମାର୍କେଟ, ମସଜିଦ ପଡ଼ା , ମିଶନ ରୋଡ ଆଦି ଅଞ୍ଚଳ ଜଳମଗ୍ନ ହୋଇପଡଛି। ଜଳ ନିଷ୍କାସନର ସ୍ଥାୟୀ ବ୍ୟବସ୍ଥା କରିବାକୁ ଦାବି ହୋଇଛି। ବିଶେଷ କରି ମୁଖ୍ୟ ଚିକିତ୍ସାଳୟ ପରିସରରେ ବର୍ଷା ପାଣି ଜମି ରହୁଥିବାରୁ ରୋଗୀ ଏବଂ ସମ୍ପର୍କୀୟ ମାନେ ହଇରାଣ ହେଉଛନ୍ତି। ଯୁଦ୍ଧ କାଳୀନ ଭିତ୍ତିରେ ହସ୍ପିଟାଲ ଏରିଆରେ ଜଳ ନିଷ୍କାସନର ସ୍ଥାୟୀ ବ୍ୟବସ୍ଥା କରିବାକୁ ଦାବି ହେଉଛି।