ସୁନ୍ଦରଗଡ଼ : ହାଇ ସ୍କଲ ର ପ୍ରଧାନ ଶିକ୍ଷକଙ୍କ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ।। ପ୍ରତିବାଦରେ ଏବଂ କାର୍ଯ୍ୟନୁଷ୍ଠାନ ଦାବିରେ ଛାତ୍ରୀଙ୍କ ରାସ୍ତା ଅବରୋଧ।
ସୁନ୍ଦରଗଡ଼ : ୧୬/୮(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାର ଏକ ସ୍କୁଲ ରେ ଘଟିଛି ଅଭାବନୀୟ ଘଟଣା। ସ୍କୁଲ ର ପ୍ରଧାନ ଶିକ୍ଷକ କେତେକ ଛାତ୍ରଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ଆସିଛି। ଅଭିଯୋଗ କରିଛନ୍ତି ନବମ ଏବଂ ଦଶମ ଶ୍ରେଣୀର ଛାତ୍ରୀ ମାନେ। ପ୍ରତିବାଦରେ ଏବଂ ପ୍ରଧାନ ଶିକ୍ଷକଙ୍କ ନିଲମ୍ବନ ଦାବିରେ ଛାତ୍ରୀ ମାନେ ସୁନ୍ଦରଗଡ଼ ଛତିଶଗଡ ରାସ୍ତାର ବାଲିଶଙ୍କରା ଚାନ୍ଦନି ଛକ ନିକଟରେ ରାସ୍ତା ରୋକ କରିଛନ୍ତି। ତିନିଦିନ ପୂର୍ବରୁ ଛାତ୍ରୀ ମାନେ ଏ ବାବଦରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ଘଟଣାର ତଦନ୍ତ ଚାଲିଥିବା ବେଳେ ଆଜି ଛାତ୍ରୀ ମାନେ ପ୍ରଧାନ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତା ରୋକ କରିଛନ୍ତି। ରାସ୍ତା ଅବରୋଧ ରେ ସ୍ଥାନୀୟ ଲୋକେ ଏବଂ ଅଭିଭାବକ ମଧ୍ୟ ସାମିଲ ହୋଇଛନ୍ତି। ଉଭୟ ପଟେ ଶହଶହ ଗାଡି ମଟର ଅଟକି ରହିଛି। ଖବର ପାଇ ପୋଲିସ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।
ପ୍ରଧାନ ଶିକ୍ଷକ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହିତ ତୁରନ୍ତ ଅନ୍ୟତ୍ର ବଦଳି ଦାବି କରିଛନ୍ତି ଛାତ୍ରୀମାନେ । ଅନ୍ୟପଟେ ଘଟଣାସ୍ଥଳରେ ବାଲିଶଙ୍କରା ବିଡିଓ, ତହସିଲଦାର ଓ ତଳସରା ଥାନା ଅଧିକାରୀ ପହଞ୍ଚି ଛାତ୍ରୀ ଙ୍କୁ ବୁଝାସୁଝା କରୁଛନ୍ତି ।