ସୁନ୍ଦରଗଡ଼ : ଅଜଣା ଗାଡ଼ି ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ।। କୁତ୍ରା ନିକଟ ବିଜୁ ଏକ୍ସପ୍ରେସୱେ ରେ ଘଟିଛି ଦୁର୍ଘଟଣା।
ସୁନ୍ଦରଗଡ଼ : ୧୬/୮(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଗ୍ରାମ ଦେବତା ନିକଟ ବିଜୁ ଏକ୍ସପ୍ରେସୱେ ରେ ଆଜି ସକାଳେ ସଡକ ଦୁର୍ଘଟଣାରେ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ବାଇକ ଚାଳକ କୁତ୍ରା ପଟୁ ରାଜଗାଙ୍ଗପୁର ଆଡକୁ ଯାଉଥିବା ବେଳେ ଏକ ଅଜଣା ଗାଡି ଆସି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ଚାପି ହୋଇ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ମୃତକଙ୍କ ପରିଚୟ ମିଳିପାରିନାହିଁ । ଦୁର୍ଘଟଣାରେ ମୃତ ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ଥିଲା। ଘଟଣା ସ୍ଥଳରେ ହାଇୱେ ପେଟ୍ରୋଲିଙ୍ଗ ଗାଡ଼ି ପହଞ୍ଚି ଥିବାବେଳେ କୁତ୍ରା ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।