ରାଉରକେଲା : କୋଇଡା ଅଞ୍ଚଳ ରେ ହାତୀ ଭାଙ୍ଗିଦେଲା ଘର।। କାନ୍ଥ ତଳେ ଚାପି ହୋଇ ଗର୍ଭବତୀ ମା ଆଠ ବର୍ଷ ପୁଅ ମୃତ।

0 369

କୋଇଡା : ୧୪/୮(ସତ୍ୟାନ୍ୟୁଜ) କୋଇଡା ଅଞ୍ଚଳ ରେ ଗତକାଲି ରାତିରେ ହାତୀ ଆକ୍ରମଣରେ ଗର୍ଭବତୀ ମା ଏବଂ ଆଠ ବର୍ଷର ପୁଅ ର ମୃତ୍ୟୁ ଜିଲ୍ଲାରେ ଚିନ୍ତାର ବିଷୟ ହୋଇଛି। କିଛି ଦିନ ହେଲା ସୁନ୍ଦରଗଡ଼ ଜିଲ୍ଲାରେ ହାତୀ ଆତଙ୍କ ଥମିବାର ନାଁ ନେଉନାହିଁ। ବଣାଇ , ବିରମିତ୍ରପୁର , କୋଇଡା ଆଦି ଅଞ୍ଚଳ ରେ ହାତୀ ଆକ୍ରମଣରେ ଜୀବନ ଯାଉଥିବା ବେଳେ ଘର , ଫସଲ , ଧନ , ଚାଉଳ ଆଦି ନଷ୍ଟ ହେଉଛି। ମଙ୍ଗଳବାର ରାତିରେ କୋଇଡା ଅଞ୍ଚଳ ରେ ଶୋଇଥିବା ବେଳେ ଦନ୍ତା ହାତୀ ଘର ଭାଙ୍ଗି ଦେବାରୁ କାନ୍ଥ ତଳେ ଚାପି ହେଇ ଗର୍ଭବତୀ ମାଆ ଓ ପୁଅର ମୃତ୍ୟୁ ହୋଇଛି। ତିନି ଝିଅ ଗୁରୁତର ହୋଇଛନ୍ତି।
ସୁନ୍ଦରଗଡ ଜିଲ୍ଲା ବରସୁଆଁ ରେଞ୍ଜ ବାଲିଝୁଡ଼ି ଗାଁରେ ଏହି ଅଘଟଣ ଘଟିଛି।ମୃତକମାନେ ହେଲେ ମାଆ ସୁକାନ୍ତି ଭୋକ୍ତା ଓ ୮ ବର୍ଷର ପୁଅ ସୁଖନାଥ ଭୋକ୍ତା। ଗୁରୁତରମାନଙ୍କୁ ରାଉରକେଲ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଗତ ରାତିରେ ସୁକାନ୍ତି ଓ ତାଙ୍କ ଚାରି ସନ୍ତାନ ଘରେ ଶୋଇଥିଲେ। ଏହି ସମୟରେ ହାତୀ ପଲ ପଶି ଘର ଭାଙ୍ଗିଥିଲେ। ମାଟି କାନ୍ଥ ସୁକାନ୍ତି ତାଙ୍କ ଚାରି ସନ୍ତାନ ଉପରେ ପଡ଼ିଥିଲା। ଗ୍ରାମବାସୀ ପାଟି ଶୁଣି ଦୌଡ଼ି ଆସିଥିଲେ। ସୁକାନ୍ତି ଓ ତାଙ୍କ ଚାରି ସନ୍ତାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସୁକାନ୍ତି ଓ ତାଙ୍କ ପୁଅକୁ ମୃତ ଘୋଷଣା କରିଥିଲେ ଓ ସୁକାନ୍ତିଙ୍କ ୩ ଝିଅଙ୍କୁ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

ମୃତ ସୁକାନ୍ତି ଚାରି ମାସର ଗର୍ଭବତୀ ଥିବା ଜଣାପଡିଛି। ସୁକାନ୍ତିଙ୍କ ସ୍ୱାମୀ ସପ୍ତାହେ ପୂର୍ବରୁ ଦାଦନ ଖଟିବା ପାଇଁ ବାଙ୍ଗାଲୋର ଯାଇଥିବା ସୂଚନା ମିଳିଛି। ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀ ମାନେ ପହଞ୍ଚି ଛନ୍ତି।

Leave A Reply

Your email address will not be published.