ବଣାଇ : କାଇ ପୋକ ଏବଂ ଝରିପୋକ ଖାଇବାକୁ ପସନ୍ଦ କରିଥାନ୍ତି ଏକ ବିଶେଷ ସମ୍ପ୍ରଦାୟର ଲୋକମାନେ।। ଏଥିରେ ଔଷଧୀୟ ଗୁଣ ନେଇ ଚାଲିଛି ସର୍ଭେ।

0 347

ବଣାଇ : ୧୩/୮(ସତ୍ୟାନ୍ୟୁଜ) ପ୍ରକୃତି ଆମକୁ ଦେଇଛି ଅପାର ଉତ୍ସ। ବିଶେଷ କରି ଜଙ୍ଗଲ ଜାତ ପଦାର୍ଥ ଆମେ ବହୁଳ ଭାବେ ବ୍ୟବହାର କରିଥାଉଁ। କେତେକ ଆଦିବାସୀ ସମ୍ପ୍ରଦାୟ ଲୋକ ମାନେ ଜଙ୍ଗଲରୁ ମିଳୁ ଥିବା ଏକ ବିଶେଷ ପ୍ରକାର ଖାଦ୍ୟ ଖାଇଥାନ୍ତି। ବର୍ଷା ଦିନ ହେଲେ ଉଇ ହୁଙ୍କା ରୁ ବାହାରନ୍ତି କଲେଇ ପୋକ ବା ଝରି ପୋକ। ଆଉ ଏହି କଲେଇ ପୋକ କୁ ଆଦିବାସୀ ସାମ୍ପ୍ରଦାୟର ଲୋକ ମାନେ ବାହାରୁ ଥିବା ସ୍ଥାନରୁ ମଶାରୀ ବାନ୍ଧି ଧରି ଥାଆନ୍ତି । ଧରିବା ପରେ ତାକୁ ଆଣି ଡେକିଚି ରେ ରଖି ଥାନ୍ତି। ପରେ ଝରିପୋକ କୁ ଚାଉଳ ଦେଇ ଭାଜି ଥାନ୍ତି। ଭଜା ହୋଇ ଗଲା ପରେ ତାକୁ ପରିବାର ସହିତ କିଏ ମୁଢି ରେ ଖାଇଥାନ୍ତି ତ କିଏ ଖାଲି ବି ଖାଇଥାନ୍ତି। ବିଶେଷ କରି ଜଙ୍ଗଲ ଅଞ୍ଚଳ ରେ ରହୁ ଥିବା ଆଦିବାସୀ ସଂପ୍ରଦାୟ ଲୋକ ମାନେ ଏହାକୁ ଖାଇବାକୁ ଭଲ ପାଆନ୍ତି। କଲେଇ ପୋକ ଛଡା ଗଛରେ ଥିବା ଲାଲ ଜନ୍ଦା ବା କାଇ ପୋକ ବି ଖାଇବାକୁ ଭଲ ପାଆନ୍ତି। କାଇ ପୋକ ବା ଲାଲ ଜନ୍ଦାରେ କେତେକ ଔଷଧୀୟ ଗୁଣ ଥିବା ଏକ ସର୍ଭେ ରୁ ଜଣା ପଡିଛି। ବିଶେଷ କରି ପଶ୍ଚିମ ଓଡିଶାର ଜଙ୍ଗଲ ନିକଟରେ ରହୁଥିବା ଅଦବାସୀ ମାନେ ଏହାକୁ ବେଶ ପସନ୍ଦ କରି ଥାନ୍ତି।

Leave A Reply

Your email address will not be published.