ରାଉରକେଲା : ଓଡ଼ିଶା ମହିଳା ହକି ପ୍ରତିଯୋଗୀତା ଉଦଯାପିତ।। ପାନପୋଷ କ୍ରୀଡା ଛାତ୍ରାବାସ ଚାମ୍ପିଅନ।। ସୁନ୍ଦରଗଡ଼ ରନର୍ସ ଅପ୍।
ରାଉରକେଲା : ୧୨/୮(ସତ୍ୟାନ୍ୟୁଜ) ଓଡ଼ିଶା ଭେଟରାନ ହକି ଆସୋସିଏସନ୍ ପକ୍ଷରୁ ଆୟୋଜିତ ପ୍ରଥମ ମହିଳା ହକି ପ୍ରତିଯୋଗିତାରେ ପାନପୋଷ କ୍ରୀଡ଼ା ଛାତ୍ରାବାସ ‘ ଏ ‘ ଦଳ ଚମ୍ପିୟାନ୍ ହୋଇଛି। ରାଉରକେଲାରେ ଚାଲିଥିବା ଫାଇନାଲ ମ୍ୟାଚ୍ ରେ ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସ କୁ ହରାଇ ଦଳ ଚମ୍ପିୟାନ ହୋଇଛି। ପାନପୋଷ ସ୍ପୋର୍ଟସ୍ ହଷ୍ଟେଲ ସୁନ୍ଦର ପ୍ରଦର୍ଶନ କରି ୩-୦ ଗୋଲ୍ ରେ ସୁନ୍ଦରଗଡ଼ କୁ ପରାସ୍ତ କରିଥିଲା। ଓଡ଼ିଶା ସଚିବାଳୟ ଦଳ ସୁନ୍ଦରଗଡ଼ ‘ ବି ‘ ଟିମ୍ କୁ ୨-୧ ଗୋଲ୍ ରେ ହରାଇ ତୃତୀୟ ସ୍ଥାନ ଅଧିକାର କରିଛି। ଉଦଯାପନ ଦିବସରେ ମୁଖ୍ୟ ଅତିଥି ଭାବେ ରଘୁନାଥ ପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ ଯୋଗ ଦେଇ ଚମ୍ପିୟାନ ଦଳକୁ ପୁରସ୍କୃତ କରିଥିଲେ। ଆଲମ୍ପୀୟନ୍ ଲାଜାରୁସ ବାର୍ଲା ରନର୍ସ ଅପ୍ ଦଳକୁ ପୁରସ୍କୃତ କରିଥିଲେ। ସେହିପରି ତୃତୀୟ ସ୍ଥାନରେ ରହିଥିବା ଓଡ଼ିଶା ସଚିବାଳୟ ଦଳକୁ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କି ପୁରସ୍କୃତ କରିଥିଲେ। ଉଦଯାପନୀ ଉତ୍ସବ ରେ ପାନପୋଷ କ୍ରୀଡା ଛାତ୍ରାବାସ ର ପ୍ରଶିକ୍ଷକ କାଳୁ ଚରଣ ଚୌଧୁରୀ ଏବଂ ଭେଟରାନ୍ ହକି ଆସୋସିଏସନ୍ ସଭାପତି ସିଲଭେଷ୍ଟର ଟପ୍ପୋ ଉପସ୍ଥିତ ଥିଲେ।