ରାଉରକେଲା : ଜେପି ହସ୍ପିଟାଲ ରେ ୫.୪ କେଜି ଓଜନ ର ଶିଶୁ ଜନ୍ମ।। ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଶେଷଜ୍ଞ ଙ୍କ ବଡ ସଫଳତା।

0 462

ରାଉର​​କେଲା : ୧୦/୮(ସତ୍ୟାନ୍ୟୁଜ) ରାଉରକେଲା ଜେପି ହସ୍ପିଟାଲର ଡାକ୍ତର ମାନେ ଅନୁମାନ ଠାରୁ ଅଧିକ ଓଜନ ର ଏକ ଶିଶୁକୁ ଜନ୍ମ କରାଇବାରେ ସଫଳ ହୋଇଛନ୍ତି। ରବିବାର ରାତି ୧୧ଟାରେ ଜଣେ ୩୧ ବର୍ଷୀୟା ମହିଳା ୫.୪ କେଜି ଓଜନର ଏକ ଶିଶୁ୍କନ୍ୟାକୁ ଜନ୍ମଦେଇଛନ୍ତି। ଉଭୟ ମା’ ଓ ଶିଶୁ ସୁସ୍ଥଥିବା ହସ୍ପିଟାଲ ତରଫରୁ ସୂଚନା ଦିଆଯାଇଛି। ଗର୍ଭବତୀ ସ୍ବାଭାବିକ ଖାଦ୍ୟ ଗ୍ରହଣ କରିଥିବା ସତ୍ତ୍ବେ ନବଜାତ ଶିଶୁର ଓଜନ ଏକ ନୂଆ ରେକର୍ଡ କରିଛି। ବରିଷ୍ଠ ପ୍ରସୂତି ଓ ସ୍ତ୍ରୀ’ରୋଗ ବିଶେଷଜ୍ଞ ଡା. ସୁଜାତା କୁମାରୀ ଅସ୍ତ୍ରୋପଚାର ଜରିଆରେ ଶିଶୁଟିର ସୁରକ୍ଷିତ ପ୍ରସବ କରାଇଥିଲେ। ପ୍ରସବ ସମୟରେ ଓଟିରେ ଉଚ୍ଚ ପ୍ରଶିକ୍ଷଣପ୍ରାପ୍ତ କର୍ମଚାରୀମାନେ ତାଙ୍କୁ ସହଯୋଗ କରିଥିଲେ। ନବଜାତକ ବର୍ତ୍ତମାନ ଶିଶୁରୋଗ ବିଶେଷଜ୍ଞ ଡା. ନମିତା ସାହୁଙ୍କ ତତ୍ତ୍ବାବଧାନରେ ରହିଛି। ସଫଳ ପ୍ରସବ ପରେ ଶିଶୁଟିର ପିତା ଜେପି ହସ୍ପିଟାଲର ସମ୍ପୂର୍ଣ୍ଣ ଟିମ୍‌କୁ କୃତଜ୍ଞତା ଜଣାଇଛନ୍ତି।

Leave A Reply

Your email address will not be published.